ହକି ବିଶ୍ୱକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ: ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ଉପ-ଅଧିନାୟକ ଦାୟିତ୍ବ

ଭୁବନେଶ୍ୱର,୨୩/୧୨(ସତ୍ୟପାଠ ବ୍ୟୁରୋ): ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଡ୍ରାଗ୍‌-ଫ୍ଲିକର୍ ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ବିଶ୍ୱକପ୍ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି ହକି ଇଣ୍ଡିଆ । ତେବେ ହରମନପ୍ରୀତଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିବାବେଳେ, ଓଡିଆ ଖେଳାଳି ଅମିତ ରୋହିଦାସ ଦଳର ଉପ-ଅଧିନାୟକ ନିଯୁକ୍ତ ହୋଇଛନ୍ତି ।

ଶୁକ୍ରବରା ହକି ଇଣ୍ଡିଆ ତରଫରୁ ଏହି ୧୮ ଜଣିଆ ଦଳ ଘୋଷଣା ହୋଇଛି । ଏହି ଦଳ ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ଏଫଆଇଏଚ୍ ପୁରୁଷ ହକି ବିଶ୍ୱକପରେ ଭାଗ ନେବ । ତେବେ ଭାରତ ଏଥର ବିଶ୍ୱକପରେ ଗ୍ରୁପ-ଡିରେ ସ୍ଥାନ ପାଇଛି । ଭାରତ ସହ ଏହି ଗ୍ରୁପରେ ଇଂଲଣ୍ଡ, ସ୍ପେନ୍ ଏବଂ ୱେଲସ ରହିଛି । ଭାରତ ତେବେ ଆସନ୍ତା ଜାନୁୟାରୀ ୧୩ରେ ରାଉରକେଲାର ନବ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ସ୍ପେନ ବିପକ୍ଷରେ ନିଜର ବିଶ୍ୱକପ୍ ଅଭିଯାନ ଓଡିଶାରେ ଆରମ୍ଭ ହେବ ।

ସୂଚନାଯୋଗ୍ୟ ଯେ, ଜାନୁଆରୀ ୧୩ ତାରିଖରୁ ଓଡ଼ିଶାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ।

ଭାରତୀୟ ଦଳ: କ୍ରିଷନ ବାହାଦୂର ପାଠକ, ପି ଆର ଶ୍ରୀଜେଶ, ଜରମନପ୍ରୀତ ସିଂହ, ସୁରେନ୍ଦର କୁମାର, ହରମନପ୍ରୀତ ସିଂହ (ଅଧିନାୟକ), ବରୁଣ କୁମାର, ଅମିତ ରୋହିଦାସ (ଉପ-ଅଧିନାୟକ), ନିଲମ ସଞ୍ଜୀପ ଖେସ୍, ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ନୀଳକଣ୍ଠ ଶର୍ମା, ସମଶେର ସିଂହ, ବିବେକ ସାଗର ପ୍ରସାଦ, ଆକାଶଦୀପ ସିଂହ, ମନଦୀପ ସିଂହ, ଲଳିତ କୁମାର ଉପାଧ୍ୟାୟ, ଅଭିଶେକ, ସୁଖଜିତ ସିଂହ ।

Related Posts