ମାଞ୍ଜା ସୂତା ବ୍ୟବହାର ଉପରେ ରୋକ ଲଗାଇଲେ ହାଇକୋର୍ଟ; କଟକଣା କାର୍ଯ୍ୟକାରୀ କରିବାକୁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୯/୧(ସତ୍ୟପାଠ ବ୍ୟୁରୋ): ପ୍ଲାଷ୍ଟିକ ମାଞ୍ଜା ସୂତା ବା ଗୁଡ଼ି ଉଡ଼ାଇବା ପାଇଁ ବ୍ୟବହାର ହେଉଥିବା ସୂତାର ବ୍ୟବହାର ଉପରେ ରୋକ ଲଗାଇଲେ ହାଇକୋର୍ଟ। ଏନେଇ ହାଇକୋର୍ଟ କଟକ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। କାରଣ ଆଗକୁ ପୁରୁଷ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ବେଳେ ସହରରେ ଜନସମାଗମ ବଢିବ। ତେଣୁ ଭିଡରେ ପ୍ଲାଷ୍ଟିକ ଗୁଡ଼ି ସୂତାକୁ ନେଇ ଯେପରି କୌଣସି ଅଘଟଣ ନହୁଏ ସେଥିପାଇଁ ଉଚ୍ଚ ନ୍ୟାୟାଳୟ ଏପରି ନିଷ୍ପତ୍ତି ନେଇଥିବା କୁହାଯାଇଛି।

ମାଞ୍ଜା ସୂତାରେ ସମ୍ଭାବ୍ୟ ଅଘଟଣ ଏଡାଇବାକୁ ଜିଲ୍ଲା ପ୍ରଶାସନ ଯଥେଷ୍ଟ ଧ୍ୟାନ ଦେବ ବୋଲି ଜଣାପଡ଼ିଛି। ସେଥିପାଇଁ ପ୍ଲାଷ୍ଟିକ ସୁତା କଟକଣା ନିୟମ କାର୍ଯ୍ୟକାରୀ କରିବାକୁ କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉକି ମାଞ୍ଜା ସୁତା ଦ୍ୱାରା କଟକ ତଥା ଓଡ଼ିଶା ବିଭିନ୍ନ ଅଞ୍ଚରେ ଅନେକ ଅଘଟଣ ଦେଖିବାକୁ ମିଳିଛି। ଏଥିରେ ବେକ କଟି ଲୋକଙ୍କର ମୃତ୍ୟୁ ହେବା ସହିତ ଅନେକ ସମୟରେ ଗୁରୁତର ହେଉଥିବା ମଧ୍ୟ ଦେଖିବାକୁ ମିଳିଛି।

Related Posts