ବିଜେପିରେ ଯୋଗ ଦେଲେ ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ

ଭୁବନେଶ୍ୱର,୨୩/୪(ସତ୍ୟପାଠ ବ୍ୟୁରୋ):  ବିଜେପିରେ ସାମିଲ ହେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି ସୀମାରାଣୀ । ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେଡି ମହେଶ ସାହୁଙ୍କୁ ହିନ୍ଦୋଳରୁ ଟିକେଟ ଦେବା ପରେ ଅସନ୍ତୁଷ୍ଟ ହୋଇ ସୀମା ଦଳ ଛାଡ଼ିଥିଲେ। ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି ।

 ଗତକାଲି ବିଜେଡି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ହିନ୍ଦୋଳ ବିଧାନସଭା ଆସନରୁ ଚଳିତ ଥର ବିଧାୟିକା ସୀମାରାଣୀ ନାୟକଙ୍କ ବଦଳରେ ବିଜେଡି ମହେଶ ସାହୁଙ୍କୁ ପ୍ରାର୍ଥୀ କରିଥିଲା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ସୀମାରାଣୀ ।

ତେବେ ଟିକେଟ୍ କଟିଲା ପରେ ବିଜେଡି ଛାଡିଛନ୍ତି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଗତକାଲି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଟିକେଟ ନ ମିଳିବା ପରେ ଆଜି ମୁହଁ ଖୋଲିଛନ୍ତି ସୀମାରାଣୀ । ଏଥିପାଇଁ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କୁ ଟିକେଟ ନମିଳିବା ପାଇଁ କିଛି ମୁଷ୍ଠିମେୟ ଲୋକଙ୍କୁ ଦାୟୀ କରିଛନ୍ତି ।

Related Posts