ଗୃହରେ ଉଠିଲା ମୁଢି, ଚୂଡାରେ ଜିଏସଟି ଲାଗୁ ପ୍ରସଙ୍ଗ: କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଗୃହ ଅପରାହ୍ନ ୪ ଯାଏ ମୁଲତବୀ

ଭୁବନେଶ୍ଵର: ଆଜିଠାରୁ ମୁଢି, ଚୂଡାରେ ଲାଗୁ ହେବ ଜିଏସଟି । ତେବେ ଯାହାକୁ ନେଇ ଗୃହରେ ବିରୋଧୀ ହରତାଳ କରିଛନ୍ତି। ଉଭୟ କଂଗ୍ରେସ ଏବଂ ବିଜେଡି ବିଧାୟକ ଏହି ପ୍ରସଙ୍ଗ ଉଠାଇଛନ୍ତି ।

ମୁଢି ଏବଂ ଚୁଡା ଗରିବଙ୍କ ଖାଦ୍ୟ ହୋଇଥିବା ବେଳେ, ଏହି ଖାଦ୍ୟ ଉପରେ ଜିଏସଟି ଲାଗୁ ହେଲେ ଅନେକ ଲୋକ ହାଇରାଣ ହେବେ । ତେଣୁ ଏହି ସବୁ ଖାଦ୍ୟ ପଦାର୍ଥକୁ ଜିଏସଟିରୁ ବାଦ୍ ଦିଆଯାଉ ବୋଲି ଶୂନ୍ୟକାଳରେ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ସେହିପରି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ସନ୍ତୋଷ ସିଂହ ସାଲୁଜା ଏହି ପ୍ରସଙ୍ଗ ଉଠାଇଛନ୍ତିା ଏହା ଗରିବଙ୍କ ପେଟରେ ଲାତ । ଏହାର ସମାଧାନ ପାଇଁ କମିଟି ହେଉ । ଏହି କମିଟି ଜିଏସଟି କମିଶନ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବା ଦରକାର । ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଜିଏସଟି ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ ।

ଜିଏସଟି କେବଳ କମ୍ପାନୀ ମାନଙ୍କରେ ହେଉଥିବା ପକେଟ୍ ଉପରେ ଲାଗୁହେବ । ଗ୍ରାମାଞ୍ଚଳ ରେ ବିକ୍ରି ହେଉଥିବା ଖୁଚୁରା ବ୍ୟବସାୟ କିମ୍ବା ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡିବନି ।

ଗୃହର ମଧ୍ୟ ଭାଗରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଗୃହକୁ ଅପରାହ୍ନ ୪ ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

Related Posts