ମାତ୍ର ୩୬ ଘଣ୍ଟା ମଧ୍ୟରେ ନିଜର ୮୦ ହଜାର ଟୁଇଟର ଅନୁସରଣକାରୀ ହରାଇଲେ ଅନୁପମ ଖେର

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ନିଜର ଅଭିନୟ ହେଉ କିମ୍ବା ସୋସିଆଲ ମିଡିଆରେ ନିଜର ମନ୍ତ୍ୟବ ରଖି ବେଶ୍ ଚର୍ଚ୍ଚାରେ ଥାନ୍ତି ଅଭିନେତା ଅନୁପମ ଖେର । ହୁଏତ ଅନ୍ୟ ଅଭିନେତା ତୁଳନାରେ ଅନୁପମ ଖେର ସୋସିଆଲ ମିଡିଆରେ ଅଧିକ ସମୟ ଆକ୍ଟିଭ୍ ଥାନ୍ତି । ତେବେ ମାତ୍ର 36 ଘଣ୍ଟା ମଧ୍ୟରେ ଅନୁପମ ତାଙ୍କର 80 ହଜାର ଟୁଇଟର ଅନୁସରଣକାରୀ ହରାଇଛନ୍ତି । ଏନେଇ ଅନୁପମ ଟୁଇଟର ଇଣ୍ଡିଆକୁ ଅବଗତ କରିବା ସହ ଏପରି ହେବା ପଛରେ ଗ୍ଲିଚ ସମସ୍ୟା ଅଛି ନା ଆଉ କିଛି ପାଇଁ ଏପରି ହେଉଛି ବୋଲି କହିଛନ୍ତି । କେବଳ ଅନୂପମଙ୍କ ସହ ଏପରି ହେବା କିଛି ନୂଆ କଥା ନୁହଁ ଏହା ପୂର୍ବରୁ ବିଗ୍ ବିଙ୍କ ସହ ମଧ୍ୟ ଏପରି ହୋଇଥିବାର ଖବର ସାମ୍ନାକୁ ଆସିଛି । ଅପରିପକ୍ଷେ ଅଭିନେତା ଅନୁପମ ଖେର୍ ସର୍ବଦା ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ତାଙ୍କ ପ୍ରଶଂସକ ଏବଂ ଅନୁସରଣକାରୀଙ୍କ ସହ ଯୋଗାଯୋଗ କରନ୍ତି | ତାଙ୍କର ଫଟୋ ସେୟାର୍ କରିବା ଠାରୁ ଆରମ୍ଭ କରି ଅନେକ ଟ୍ରେଣ୍ଡିଂ ପ୍ରସଙ୍ଗ ଏବଂ ଅନ୍ୟାନ୍ୟ ବିଷୟରେ ତାଙ୍କ ମତାମତ ବାଣ୍ଟିବା ପର୍ଯ୍ୟନ୍ତ ଅନୁପମ ଖେର ତାଙ୍କ ପ୍ରଶଂସକମାନଙ୍କୁ ମନୋରଞ୍ଜନ କରନ୍ତି ଏବଂ ଅନେକ ଜିନିଷ ବିଷୟରେ ଅବଗତ କରାନ୍ତି | ଅନ୍ୟପଟେ ମାତ୍ର ୩୬ ଘଣ୍ଟା ମଧ୍ୟରେ ୮୦ ହଜାର ଅନୁସରଣକାରୀ ହରାଇବା ପରେ ଅନୁପମ ଟୁଇଟର ଇଣ୍ଡିଆକୁ ସୂଚନା ଦେଇଛନ୍ତି। ସବୁଠାରୁ ରୋଚକ କଥାଟି ହେଉଛି ଅଭିନେତା ଅମିତାଭ ବଚ୍ଚନ
ଗୋଟିଏ ଦିନରେ ୨୦ ହଜାର ଅନୁସରଣକାରୀଙ୍କୁ ହରାଇବା ପରେ ଟ୍ୱିଟର ଛାଡିବାକୁ ଧମକ ମଧ୍ୟ ଦେଇଥିଲେ। ଅମିତାଭ ଟୁଇଟରକୁ ପରିହାସ କରି ଲେଖିଥିଲେ, ତୁମଠାରୁ ଦୂରେଇ ଯିବାର ସମୟ ଆସିଯାଇଛି । ରଥଯାତ୍ରା ପାଇଁ ଧନ୍ୟବାଦ | ସମୁଦ୍ରରେ ଅନେକ ଅନ୍ୟ ମାଛ ଅଛନ୍ତିି ଏବଂ ସେଗୁଡିକ ବହୁତ ରୋମାଞ୍ଚକର ! ଏହା ପୂର୍ବରୁ ବଲିଉଡର ପଙ୍ଗା ଗାର୍ଲ୍ କଙ୍ଗନା ରନାୱାତଙ୍କ ସହ ମଧ୍ୟ ଏପରି ହୋଇଥିଲା ।

Related Posts