ହାୱଡା: ଦିନକୁ ଦିନ ଦେଶ ରାଜନୀତି ରେ ନିଜ ସ୍ଥିତି ହରେଇବାକୁ ବସିଥିବା କଂଗ୍ରେସ ପାଇଁ ଅଡ଼ୁଆ ଯେପରି ପିଛା ଛାଡୁନି । କଂଗ୍ରେସ ନେତାଙ୍କ ଘର ଉପରେ ଘନ ଘନ ଇଡି ର ଚଢ଼ାଉ ପରେ ମଧ୍ୟ ସ୍ଥିତି ଅପରବତିତ ରହିଛି। ତେବେ ଏହାରି ମଧ୍ୟରେ ଝାଡଖଣ୍ଡର କଂଗ୍ରେସ ବିଧାୟକଙ୍କ ଗାଡିରୁ ପ୍ରଚୁର ପରିମାଣରେ ନଗଦ ଟଙ୍କା ମିଳିବାର ଖବର ସାମ୍ନାକୁ ଆସିଛି ।
ପଶ୍ଚିମବଙ୍ଗର ହାୱଡାରେ ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସୂଚନା ଅନୁସାରେ, ତିନି ବିଧାୟକଙ୍କ ଗାଡିରୁ ଏହି ନଗଦ ଟଙ୍କା ମିଳିଛି । ପୋଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଗାଡି ଅଟକାଇ ଯାଞ୍ଚ ଆରମ୍ଭ କରିଥିଲା । ତେବେ ଟଙ୍କା ଗଣିବା ପାଇଁ କାଉଣ୍ଟିଂ ମେସିନର ସାହାଯ୍ୟ ନିଆଯାଉଛି ।
ଏସପି ସ୍ୱାତୀ ଭଙ୍ଗାଲିଆ କହିଛନ୍ତି, ‘ଆମେ ଝାଡଖଣ୍ଡ କଂଗ୍ରେସର ତିନି ବିଧାୟକଙ୍କୁ ପ୍ରଚୁର ନଗଦ ଟଙ୍କା ସହ ଧରିଛୁ । କାଉଣ୍ଟିଂ ସେମିନ ଆସିବା ପରେ ଟଙ୍କାର ପରିମାଣ ବାବଦରେ ଜଣାପଡିବ’। ତେବେ ପୋଲିସ ଦ୍ୱାରା ଅଟକ ଥିବା ତିନି ବିଧାୟକଙ୍କ ପରିଚୟ ଜାମତାଡା ବିଧାୟତ ଇରଫାନ ଅନସାରୀ, ଖିଜରୀ ବିଧାୟକ ରାଜେଶ କଚ୍ଛପ ଏବଂ କୋଲେବିରା ବିଧାୟକ ନମନ ବିକ୍ସଲ ବୋଲି ଜଣାପଡିଛି।
ଏହି ମାମଲାରେ ରାଜ୍ୟ ବିଜେପି ନେତା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଦଳର ରାଜ୍ୟ ମହାସଚିବ ଆଦିତ୍ୟ ସାହୁ କହିଛନ୍ତି, ଯେବେଠୁ କଂଗ୍ରେସ କ୍ଷମତାକୁ ଆସିଛି, ଦୁର୍ନୀତି ବଢି ଚାଲିଛି। ଏହା ପୂର୍ବରୁ ଝାଡଖଣ୍ଡର ଅଧିକାରୀଙ୍କ ଘରୁ ପ୍ରଚୁର ପରିମାଣର ନଗଦ ରାଶି ଜବତ କରାଯାଇଥିଲା।
