ମୁଁ ଯାଦୁଗର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ବିରୋଧୀଙ୍କୁ ଟାର୍ଗେଟ କରି ନିଜକୁ ପ୍ରଶଂସା କରିବାକୁ ଯାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ନିଜକୁ ଯାଦୁଗର ବୋଲି କହିଛନ୍ତି । କେବଳ ମୋତେ ହିଁ ଜଣା କେମିତି ୨୪ ଘଣ୍ଟା ମାଗଣାରେ ବିଜୁଳି ଦିଆଯାଏ। ଏହି ଯାଦୁ କାହାକୁ ଆଉ ଜଣା ନାହିଁ। ପୂରା ଦୁନିଆରେ ଏ ପର୍ଯ୍ୟନ୍ତ ୨୪ ଘଣ୍ଟା ମାଗଣା ବିଜୁଳି କେହି ଦେଇ ନାହାନ୍ତି। ଭଗବାନ କେବଳ ଏହି ବିଦ୍ୟା ମୋତେ ଦେଇଛନ୍ତି। ଗୁଜରାଟରେ ଏମିତି କହିଛନ୍ତି କେଜ୍ରିଓ୍ଵାଲ।

ଆମ୍ ଆଦମୀ ପାର୍ଟି(ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିଓ୍ଵାଲ ସୋମବାର ଦିଲ୍ଲୀ ଏବଂ ପଞ୍ଜାବ ପରି ଗୁଜରାଟରେ ମଧ୍ୟ ୩୦୦ ୟୁନିଟ୍ ବିଜୁଳି ମାଗଣାରେ ଦେବାକୁ ଘୋଷଣା କରିଛନ୍ତି। ତାଙ୍କ ଦଳ ସରକାରକୁ ଆସିଲେ ମାଗଣା ବିଜୁଳି ଯୋଗାଇବେ। ଗୁଜରାଟବାସୀଙ୍କୁ ମାଗଣାରେ ବିଜୁଳି ଉପଲବ୍ଧ କରାଇବା ସମ୍ଭବ, ଯଦି ସେମାନରେ ରାଜ୍ୟରେ ସଚ୍ଚୋଟ ପାର୍ଟିକୁ କ୍ଷମତାକୁ ଆଣିବେ। ତାଙ୍କ ପାର୍ଟି ଦିଲ୍ଲୀ ଏବଂ ପଞ୍ଜାବରେ ଏହା କରି ଦେଖାଇଛି ଯେ, ଆପ୍‌ ନିଜ ପ୍ରତିଶ୍ରୁତିରେ କାଏମ ରହିଛି।

Related Posts