ବିନା ପ୍ରମାଣରେ ମୋତେ ୧୬ ଦିନ ଜେଲରେ ରଖାଗଲାଣି; ମୋତେ ମୁକ୍ତ କରାଯାଉ: ନବାବ ମଲିକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ନବାବ ମଲିକ ହେପାଜତରୁ ମୁକ୍ତ ହେବା ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ପାରିତ କରିବାକୁ ନିବେଦନ କରି ବମ୍ବେ ହାଇକୋର୍ଟରେ ଏକ ଯାଚିକା ଆଗତ କରିଛନ୍ତି। ସେପଟେ ପୁଲିସ କର୍ତ୍ତୃପକ୍ଷ ବା ଅନ୍ୟ କୌଣସି ତଦନ୍ତକାରୀ ସଂସ୍ଥା ବିନା କୌଣସି ଠୋସ ପ୍ରମାଣରେ କେବଳ ମାତ୍ର କଳ୍ପନା ଆଧାରରେ ଏକ ସଂଗଠିତ ଅପରାଧରେ ତାଙ୍କର ସମ୍ପୃକ୍ତି ରହିଛି ବୋଲି ଆରୋପ ଲଗାଇ ତାଙ୍କୁ ଅପମାନିତ କରିପାରିବେ ନାହିଁ।

ଆଜି ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ପିବି ଭାରାଲେଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କାଳରେ ମଲିକଙ୍କ ଓକିଲ ଶ୍ରୀ ଦେଶାଇ କହିଛନ୍ତି ଯେ ବେଆଇନ ଆର୍ଥିକ କାରବାର ବା ମନିଲଣ୍ଡରିଂ ସହ ଶ୍ରୀ ମଲିକଙ୍କର କୌଣସି ସଂପର୍କ ନାହିଁ କିମ୍ବା ସେ ପଳାତକ ଅଣ୍ଡରଓ୍ଵାର୍ଲଡ ଡନ୍ ଦାଉଦ ଇବ୍ରାହିମ୍ ସହ କୌଣସି ଉପାୟରେ ବି ସଂପୃକ୍ତ ନୁହନ୍ତି। ଇଡିର ସଂପୂର୍ଣ୍ଣ କଳ୍ପନାପ୍ରସୂତ ଅଭିଯୋଗ ଓ ତଦନ୍ତ ଆଧାରରେ ସେ ୧୬ ଦିନ କାରାଗାରରେ ବିାଇ ସାରିଲେଣି। ତେଣୁ, ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ରିଲିଫ୍ ପ୍ରଦାନ ପୂର୍ବକ କାରାଗାରରୁ ମୁକ୍ତ କରାଯାଉ ବୋଲି ସେ ଖଣ୍ଡପୀଠଙ୍କୁ କହିଛନ୍ତି।

Related Posts