ଗୁଜରାଟୀ ଓ ରାଜସ୍ଥାନୀମାନଙ୍କୁ ତଡ଼ି ଦିଆଗଲେ ମହାରାଷ୍ଟ୍ର ଅର୍ଥଶୂନ୍ୟ ହୋଇଯିବ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଗୁଜରାଟୀ ଏବଂ ରାଜସ୍ଥାନୀମାନଙ୍କୁ ତଡ଼ି ଦିଆଗଲେ ମହାରାଷ୍ଟ୍ର ଅର୍ଥଶୂନ୍ୟ ହୋଇଯିବ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ । ସେ ଆହୁରି ମଧ୍ୟ କହିଛନ୍ତି ଗୁଜରାଟୀ ମାନେ ମୁମ୍ବାଇରୁ ଚାଲିଗଲେ ମୁମ୍ବାଇକୁ ଆଉ ଭାରତର ଅର୍ଥନୈତିକ ରାଜଧାନୀ କୁହାଯିବା ନାହିଁ।

ରାଜ୍ୟପାଳ ବି.ଏସ୍. କୋଶିୟାରି ଏକ ଭାଷଣରେ କହିଛନ୍ତି, ବେଳେ ବେଳେ ମୁଁ ଲୋକଙ୍କୁ କୁହେ ଯେ, ଯଦି ମହାରାଷ୍ଟ୍ର ବିଶେଷକରି, ମୁମ୍ବାଇ ଓ ପୁଣେରୁ ଗୁଜରାଟୀ ଏବଂ ରାଜସ୍ଥାନୀମାନଙ୍କୁ ହଟାଇ ଦିଆଯାଏ ଆପଣମାନଙ୍କ ପାଖରେ ଆଉ ଅର୍ଥ ନଥିବ। ତେବେ ଶୁକ୍ରବାର ଦିନ ମୁମ୍ବାଇର ଅନ୍ଧେରୀରେ ସ୍ବର୍ଗତା ଶାନ୍ତିଦେବୀ ଚମ୍ପକଲାଲ୍‌ଜୀ କୋଠାରୀଙ୍କ ନାମରେ ଗୋଟାଏ ଛକର ନାମକରଣ ଉତ୍ସବରେ ରାଜ୍ୟପାଳ ଉପରୋକ୍ତ ବିବୃତି ଦେଇଥିବା ସୂଚନା ମିଳିଛି। ଏହାପରେ ତାଙ୍କର ଏହି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Related Posts