ବିଦ୍ରୋହୀ ବିଧାୟକମାନେ ଏକନାଥଙ୍କ ସହ ସୁରଟ ଯିବା ବଦଳରେ ମୋ ସହ କଥା ହୋଇପାରିଥାନ୍ତେ ହେଲେ ସାରା ଦେଶ ବୁଲିବାକୁ ପଡି ନଥାନ୍ତା: ଉଦ୍ଧବ ଠାକରେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ନୂତନ ସରକାର ଗଠନ ହେବା ପରେ ମଧ୍ୟ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ଶିନ୍ଦେ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି । ସେପଟେ ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କଠୁ ଅଲଗା ହୋଇ ସରକାର ଗଠନ କରିଛନ୍ତି । ଏଥିରେ ବିଜେପିର ପୂର୍ଣ୍ଣ ସମର୍ଥନ ରହିଛି । ତେବେ ସରକାର ଗଠନ ପରେ ବି ବୟାନବାଜି ଜାରି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ସିନ୍ଦେଙ୍କ ସମର୍ଥିତ ବିଧାୟକଙ୍କୁ ଟାର୍ଗେଟ୍ କରିଛନ୍ତି ।

ଯିଏ ତାଙ୍କୁ ଓ ତାଙ୍କ ପରିବାରଙ୍କୁ ଗାଳି ଦେଇଛନ୍ତି ସେମାନଙ୍କୁ ବିଦ୍ରୋହୀ ବିଧାୟକ ସମର୍ଥନ କରୁଥିବା ଉଦ୍ଧବ କହିଛନ୍ତି । ଏହା ସହ ଉଦ୍ଧବ କହିଛନ୍ତି ଯେ, ଏବେବି ସେ ବିଦ୍ରୋହୀ ବିଧାୟକଙ୍କୁ ନିଜର ଭାବୁଛନ୍ତି । ଯଦି ସେମାନେ ବିଜେପି ସହ ଖୁସିରେ ଅଛନ୍ତି ତେବେ ରୁହନ୍ତୁ । କିନ୍ତୁ ତାଙ୍କ ପାଇଁ ଦଳର ଲୋକେ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏହାସହ ସେ ନିଜ ସହ ଥିବା ୧୪ ବିଧାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ଧମକ ଓ ଚାପ ସତ୍ତ୍ୱେ ସେମାନେ ବିଦ୍ରୋହୀ ହୋଇନାହାଁନ୍ତି । ସେମାନଙ୍କର ଦିନେ ନା ଦିନେ ବିଜୟୀ ହେବ ବୋଲି ଠାକରେ କହିଛନ୍ତି । କେବଳ ଏତିକି ନୁହେଁ ବରଂ 

 ଏକଦା କିଛି ଦଳ ତାଙ୍କ ପୁଅ ଆଦିତ୍ୟଙ୍କୁ ଶେଷ କରିବାକୁ ବସିଥିଲେ । ଆଜି ସେମାନଙ୍କ ସହ ବିଦ୍ରୋହୀ ବିଧାୟକ ମିଶିଯାଇଛନ୍ତି । ନ୍ୟାୟପାଳିକା ଉପରେ ତାଙ୍କର ବିଶ୍ୱାସ ଅଛି । ଜୁଲାଇ ୧୧ରେ ଯାହା ହେବ ତାହା ଦଳର ଭବିଷ୍ୟତ ନିର୍ଦ୍ଧାରଣ କରିବ ନାହିଁ । ଶିବସେନାର କଣ ହେବ ତାହା ଦଳର କାର୍ଯ୍ୟକର୍ତ୍ତା ସ୍ଥିର କରିବେ ।  ବିଦ୍ରୋହୀ ବିଧାୟକ ଏକନାଥଙ୍କ ସହ ସୁରଟ ଯିବା ବଦଳରେ ତାଙ୍କ ସହ କଥା ହୋଇପାରିଥାନ୍ତେ । ଏପରି କରିଥିଲେ ସାରା ଦେଶ ବୁଲିବାକୁ ପଡି ନଥାନ୍ତା । ଅନେକ ବିଦ୍ରୋହୀ ବିଧାୟକ ମାତୋଶ୍ରୀକୁ ଭଲ ପାଉଥିବା କହୁଛନ୍ତି । ସେମାନେ ଉଦ୍ଧବଙ୍କୁ ମଧ୍ୟ ଭଲ ପାଉଛନ୍ତି । ଆଦିତ୍ୟଙ୍କୁ ମଧ୍ୟ ଭଲ ପାଆନ୍ତି । ଅନ୍ୟ ଗୋଷ୍ଠୀକୁ ଯାଇ ବି ଏପରି ଭଲପାଇବା ପାଇଁ ଉଦ୍ଧବ ବିଦ୍ରୋହୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ବିଜେପିକୁ ଟାର୍ଗେଟ୍ କରି ଠାକରେ କହିଛନ୍ତି ଯେ, ଯେଉଁମାନେ ତାଙ୍କୁ କିମ୍ବା ତାଙ୍କ ପରିବାରକୁ ଗାଳି କରୁଥିଲେ ସେତେବେଳେ ବିଦ୍ରୋହୀ ବିଧାୟକ ସ୍ୱର ଉଠାଉନଥିଲେ । ଜଣେ କେହି ହେଲେ ମୁହଁ ଖୋଲିନଥିଲେ । ଠାକରେ ପରିବାରକୁ ଯିଏ ଅପମାନ କରିଛି ଓ ଆଦିତ୍ୟଙ୍କୁ ଶେଷ କରିବାକୁ ପ୍ରୟାସ କରିଛନ୍ତି ଆଜି ବିଦ୍ରୋହୀ ସେମାନଙ୍କ ସହ ଏକାଠି ବସିବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।   ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । 

Related Posts