ମୁଁ ଚୁପ ରହୁଥିବା ଲୋକ ନୁହେଁ, ସମସ୍ତଙ୍କର ଅସଲ ଚେହେରା ପଦ୍ଦାଫାସ କରିବା ଯାଏ ଲଢ଼େଇ କରିବି: ସଞ୍ଜୟ ରାଉତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାତ୍ର ଚାୱାଲ ଜମତ ଦୁର୍ନିତୀ ମାମଲାରେ ଆଜି ଶିବସେନା ସାଂସଦ ତଥା ପ୍ରବକ୍ତା ସଞ୍ଜୟ ରାଉତଙ୍କ କୋଟିକୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ୧୦୩୪ କୋଟି ପାତ୍ର ଚାୱଲ ଜମି ଦୁର୍ନୀତିର ଖୋଳତାଡ଼ କରି ଇଡି ଏପରି ପଦକ୍ଷେପ ନେଇଛି। ଜବତ ସମ୍ପତ୍ତି ମଧ୍ୟରେ ସଞ୍ଜୟ ରାଉତଙ୍କ ଆଲିବାଗ ପ୍ଲଟ, ଦାଦ୍ରା ଓ ମୁମ୍ବାଇରେ ଥିବା ଫ୍ଲାଟ ରହିଛି। ଏହା ମଧ୍ୟରେ ସଞ୍ଜୟ ରାଉତ ବଡ଼ ବୟାନ ଦେଇଛନ୍ତି । ତେବେ କାର୍ୟ୍ୟାନୁଷ୍ଠାନରେ ଭୟଭୀତ ହେଉଥିବା ଲୋକଙ୍କ ମଧ୍ୟରେ ମୁଁ ନାହିଁ। ମୋ ସମ୍ପତ୍ତି ଜବତ କର, ମୋତେ ଗୁଳି ମାର କିମ୍ବା ମୋତେ ଜେଲରେ ଭର୍ତ୍ତି କରିଦିଏ। କିନ୍ତୁ ସଞ୍ଜୟ ରାଉତ ହେଉଛି ବାଲାସାହେବ ଠାକରେଙ୍କ ଅନୁଗାମୀ ଓ ଜଣେ ଶିବ ସୈନିକ।

ମୁଁ ସମସ୍ତଙ୍କର ଅସଲ ଚେହାର ପର୍ଦ୍ଦାଫାସ କରିବା ଯାଏ ଲଢ଼େଇ କରିବି। ମୁଁ ଚୁପ ରହୁଥିବା ଲୋକ ନୁହେଁ। ସେମାନଙ୍କୁ ଏବେ ଡ୍ୟାନ୍ସ କରିବାକୁ ଦିଅ। ସତ୍ୟ ନିଶ୍ଚିତ ସାମ୍ନାକୁ ଆସିବ।” ଏହାପୂର୍ବରୁ ସେ ଟ୍ୱିଟ କରି ସତ୍ୟମେବ ଜୟତେ ବୋଲି ମଧ୍ୟ ଲେଖିଥିବାର ଦେଖିବାକୁ ମିଳିଛି । ସେପଟେ ଆଜି ଇଡି ପକ୍ଷରୁ ପାତ୍ର ଚାୱଲ ଜମି ଦୁର୍ନୀତି ଘଟଣାରେ ସଞ୍ଜୟ ରାଉତଙ୍କ ସହଯୋଗୀ ପ୍ରବୀଣ ରାଉତଙ୍କ ୯ କୋଟି ଓ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କ ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଏହାପଛରେ ରାଜନୀତି ଅଭିସନ୍ଧି ରହିଥିବା ସଞ୍ଜୟ ରାଉତ ମାର୍ଚ୍ଚ ୨୫ରେ ଅଭିଯୋଗ କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Related Posts