ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ; ୧୨ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୨ ପ୍ରସ୍ତାବ ଉପରେ ବାଜିପାରେ ମୋହର । ଆଜି ସକାଳ ୧୦ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ସେପଟେ ବିଧାନସଭା ଚାଲିଥିବାରୁ କ୍ୟାବିନେଟ୍ ବୈଠକ ଏଜେଣ୍ଡାକୁ ଗୁପ୍ତ ରଖାଯାଇଛି ।

ତେବେ ମିଳିଥିବା ସୂଚନା ଅନୁସାରେ ସାଧାରଣ ପ୍ରଶାସନ ବିଭାଗର କ୍ୟାଡର ପୁନର୍ଗଠନ ଉପରେ କ୍ୟାବିନେଟ୍ ମୋହର ମାରିପାରେ। ସେହିପରି ଜଳ ସମ୍ପଦ, କୃଷି, ପଞ୍ଚାୟତିରାଜ ଏବଂ ସ୍ବାସ୍ଥ୍ୟ ବିଭାଗର କିଛି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିପାରେ ବୋଲି ଜଣାପଡିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts