ଯୁଦ୍ଧ ସ୍ଥିତିରେ ମା’ ଦେଇଥିବା ଏକ ନୋଟକୁ ଧରି ଏକୁଟିଆ ୧ ହଜାର କି.ମି. ବିମାନରେ ଯାତ୍ରା କଲା ୧୧ ବର୍ଷର ସାହସି ପିଲା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚିଛି । ଏହି ଯୁଦ୍ଧରେ ହଜାର ହଜାର ସୈନିକ ପ୍ରାଣ ହରାଉଥିବାବେଳେ ଅନେକ ଲୋକ ଯୁଦ୍ଧସ୍ଥାନମାନଙ୍କରେ ଫସି ରହିଛନ୍ତି । ଏହା ମଧ୍ୟରେ ଜଣେ ୧୧ ବର୍ଷର ପିଲାଟି ମା’ ଦେଇଥିବା ଏକ ନୋଟକୁ ଧରି ଦୀର୍ଘ ୧୦୦୦ କି.ମି ବିମାନରେ ଯାତ୍ରା କରିଥିବାର କଥା ସାମ୍ନାକୁ ଆସିଛି । ଏ ଖବରଟି ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ପିଲାଟି ଦକ୍ଷିଣ ପୂର୍ବ ୟୁକ୍ରେନର ଜାପୋରିଜିୟାର ବାସୀନ୍ଦା। ଋଷ୍ ସେନା ପୂର୍ବ ସପ୍ତାହରେ ଏହି ଅଞ୍ଚଳକୁ କରିଥିଲେ କବଜା। ସୂଚନାନୁସାରେ , ସଂପର୍କୀୟ ଅସୁସ୍ଥ ଥିବାରୁ ତାଙ୍କ ଦେଖାରଖା ପାଇଁ ପିଲାଟିର ବାପା ମା’ଙ୍କୁ ୟୁକ୍ରେନରେ ରହିବାକୁ ପଡ଼ିଥିଲା। ସ୍ଥିତି ଖରାପ ଥିବାରୁ ପିଲାଟିକୁ ମା’ ଏକୁଟିଆ ସ୍ଲୋଭାକିୟା ପଠାଇ ଦେଇଥିଲେ। ସେ ପ୍ଲେନ୍ ରେ ଏକୁଟିଆ ଯାତ୍ରା କରିଥିଲେ।

ଏହି ଯାତ୍ରା ସମୟରେ ପିଲାଟି ପାଖରେ ଥିଲା ବ୍ୟାଗ୍ ଓ ମାଙ୍କର ଏକ ନୋଟ୍ । ସେହି ନୋଟରେ ରହିଥିଲା ଫୋନ୍ ନମ୍ବର। ସେ ପହଞ୍ଚିବା ପରେ ସ୍ଲୋଭାକିୟାର ମିନିଷ୍ଟ୍ରି ପିଲାଟିର ଫଟୋ ଫେସବୁକରେ ସେୟାର କରିଛନ୍ତି। କ୍ୟାପସନ୍ ଲେଖିଛନ୍ତି, “ଞଷର ଈସଶଶରଗ୍ଦଗ୍ଧ ଐରକ୍ସକ୍ଟ କ୍ଟଲ ଖବଗ୍ଦଗ୍ଧ ଦ୍ଭସଶଷଗ୍ଧ”. । ଆହୁରି ଲେଖିଛନ୍ତି, ଜାପୋରିଜିୟାର ୧୧ ବର୍ଷର ପିଲା ୟୁକ୍ରେନରୁ ସ୍ଲୋଭାକିୟାକୁ ଚାଲି ଆସିଛନ୍ତି। ତାଙ୍କ ହାତରେ ଏକ ପ୍ଲାଷ୍ଟିକ୍ ବ୍ୟାଗ୍, ପାସପୋର୍ଟ, ଆଉ ଏକ ପେପରରେ ରହିଥିଲା ଫୋନ୍ ନମ୍ବର। ପିଲାଟି ଏକୁଟିଆ କରିଥିଲେ ଯାତ୍ରା। କାହିଁକିନା ତାଙ୍କ ବାପା ମାଙ୍କୁ ରହିବାକୁ ପଡ଼ିଥିଲା ୟୁକ୍ରେନରେ। ଏପରି ଯୁଦ୍ଧ ସମୟରେ ପିଲାଟି ଏକୁଟିଆ ୧୦୦୦ କି.ମି ଯାତ୍ରା କରିଥିବାରୁ ସମସ୍ତେ ପିଲାଟିର ସାହସର ପ୍ରଶଂସା କରିବାରେ ଲାଗିଛନ୍ତି ।

Related Posts