ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର ବେଙ୍ଗାଲୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ୬ ଜଣିଆ ଦଳ ମିଶି ଜଣେ ୩୦ ବର୍ଷୀୟ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ସମୟର ହୃଦୟବିଦାରକ ଭିଡିଓ ମଧ୍ୟ ସିସିଟିଭିରେ କଏଦ ହୋଇଛି। ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି ଯେ ୩ ଜଣ ମହିଳା ଓ ୩ ଜଣ ପୁରୁଷ ମିଶି ପଥରରେ ମୁଣ୍ଡକୁ ଛେଚି ଛେଚି ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି।

ତେବେ ଏହି ଭିିଡିଓଟି ହେଉଛି ଗତ ଡିସେମ୍ବର ୪ ତାରିଖ ମଧ୍ୟରାତ୍ରର। ଘଟଣାଟି ହେଉଛି ସହରର କେପି ଅଗରତାଲା ଅଞ୍ଚଳର। ଭିଡିଓରେ ଦେଖିବାକୁ ମିଳିଛି ଯେ ଯୁବକଙ୍କୁ ସମସ୍ତେ ତଳେ ପକାଇ ମାଡ଼ ମାରୁଥିବା ‌ବେଳେ ଜଣେ ମହିଳା ଯାଇ ଏକ ପଥର ଉଠାଇ ଆଣୁଛନ୍ତି। ତାପରେ ମହିଳା ଜଣକ ପଥରରେ ଛେଚିବା ପରେ ସମସ୍ତେ ତା‌ଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରୁଛନ୍ତି। ଏବେ ସୁଦ୍ଧା କୌଣସି ଅଭିଯୁକ୍ତଙ୍କ ପରିଚୟ ଚିହ୍ନଟ ହୋଇ ପାରିନାହିଁ। ବେଙ୍ଗାଲୁର ପୁଲିସ୍‌ ଏମାନଙ୍କୁ ଧରିବା ପାଇଁ ୩ଟି ସ୍ବତନ୍ତ୍ର ଟିମ୍‌ ଗଠନ କରିଥିବା ସୂଚନା ରହିଛି।