ଇଡିରେ ହଜାର ହେଲେ ଲାଲୁ

ଭୁବନେଶ୍ୱର,୨୯/୧(ସତ୍ୟପାଠ ବ୍ୟୁରୋ):   ଦିନକୁ ଦିନ ବଢ଼ିବାରେ ଲାଗିଛି ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସମସ୍ୟା । ସୋମବାର ସେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ପାଟନାସ୍ଥିତ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଇଡି ଟିମ୍‌ ତାଙ୍କୁ ପଚରାଉଚରା ଜାରି ରଖିଛି। ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଲାଲୁ ପ୍ରସାଦ ଓ ତାଙ୍କ ପୁଅ ତେଜସ୍ବୀ ଯାଦବଙ୍କୁ ଡକାଯାଇଥିଲା।

ଲାଲୁଙ୍କୁ ଜାନୁଆରୀ ୨୯ ଏବଂ ତେଜସ୍ୱୀ ଯାଦବଙ୍କୁ ଜାନୁଆରୀ ୩୦ରେ ହାଜର ହେବାକୁ ନିର୍ଦେଶ ଦିଆଯାଇଥିଲା। ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ପାଇଁ ଲାଲୁ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।

Related Posts