ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ):ମଧ୍ୟପ୍ରଦେଶରେ ସମାଜପାର୍ଟିର ଏକମାତ୍ର ବିଧାୟକ ସହ ୩ ଏମଏଲଏଙ୍କ ବିଜେପିରେ ଯୋଗଦାନ । ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତିନିଜଣ ବିଧାୟକଙ୍କୁ ବିଜେପିରେ ସ୍ୱାଗତ କରିଛନ୍ତି। ଏନେଇ ରାଜ୍ୟ ବିଜେପି ସଭାପତି ଭି ଡି ଶର୍ମା ଗଣମାଧ୍ୟମ ନିକଟରେ ସୂଷ୍ଟ କରିଛନ୍ତି । ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ ବିଏସପିର ସଞ୍ଜୀବ ସିଂ କୁଶୱା, ଏସପି ରାଜେଶ କୁମାର ଶୁକ୍ଲା (ବିଜୱାର ଆସନରୁ) ଏବଂ ସ୍ଵାଧୀନ ବିଧାୟକ ବିକ୍ରମ ସିଂ ରାଣା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଚୌହାନ ଏବଂ ଶର୍ମା ସେମାନଙ୍କୁ ବିଜେପିରେ ସ୍ୱାଗତ କରିଥିଲେ। ସେପଟେ ନୁପୁର ଶର୍ମାଙ୍କ ବିବାଦୀୟ ବୟାନ ପାଇଁ ପ୍ରାୟ ସମସ୍ତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରୁଥିବା ବେଳେ ଏପରି ଖବର ସାମ୍ନାକୁ ଆସିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମହୋଲ୍ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି ।
