ଓଡ଼ିଶାରେ ୨୦୨୧-୨୨ରେ ଜିଏସ୍ଟି ସଂଗ୍ରହରେ ୨୭% ଅଭିବୃଦ୍ଧି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ୨୦୨୧-୨୨ରେ ଜିଏସ୍ଟି ସଂଗ୍ରହରେ ୨୭% ଅଭିବୃଦ୍ଧି । ତେବେ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଜିଏସଟି, କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ ଜୋନ୍ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ମାର୍ଚ୍ଚ ୨୦୨୨ ସୁଦ୍ଧା ମୋଟ୍ ରାଜସ୍ୱ ସଂଗ୍ରହ ପରିମାଣ ୫୦,୯୭୮ କୋଟି ଟଙ୍କା (ଆନୁମାନିକ)ରେ ପହଞ୍ଚିଛି । ଜିଏସଟି, ସୀମା ଶୁଳ୍କ ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଆଦି ବିଭିନ୍ନ ବର୍ଗରେ ଗତ ଆର୍ଥିକ ବର୍ଷ ତୁଳନାରେ ରାଜସ୍ୱ ସଂଗ୍ରହ ୨୭% ବୃଦ୍ଧି ପାଇଛି । ଭୁବନେଶ୍ୱର ଜୋନ ମୁଖ୍ୟ ଆୟୁକ୍ତ ଆର ମଙ୍ଗବାବୁ କହିଛନ୍ତି ଯେ ଶିଳ୍ପ ଏବଂ ଆର୍ଥିକ ଗତିବିଧି ବୃଦ୍ଧି ପାଇବା କାରଣରୁ ଜିଏସଟି ସଂଗ୍ରହ ବଢ଼ିଛି, ଫଳରେ ଟିକସ ସଂଗ୍ରହରେ ସାମଗ୍ରିକ ଅଭିବୃଦ୍ଧି ଦେଖିବାକୁ ମିଳିଛି । ସେପଟେ ମାର୍ଚ୍ଚରେ କେନ୍ଦ୍ରୀୟ ଜିଏସଟି ରାଜସ୍ୱ ସଂଗ୍ରହ ପରିମାଣ ୧୪୬୫ କୋଟି ଟଙ୍କା ରହିଛି ଯାହାକି ଗତବର୍ଷର ସମାନ ଅବଧି ତୁଳନାରେ ୪୩% ଅଧିକ । କୋଭିଡ ମହାମାରୀ ସତ୍ତ୍ୱେ ବସ୍ତୁ ଓ ସେବା ଯୋଗାଣରେ ବୃଦ୍ଧି ହୋଇଛି ଯାହାକି ଜିଏସଟି ସଂଗ୍ରହ ବୃଦ୍ଧିରୁ ପ୍ରମାଣିତ ହୋଇଛି ।

ଏହି ଜୋନରେ ନଗଦ ଆକାରରେ ଜିଏସଟି ଟିକସଦାତାମାନେ ପଇଠ କରିଥିବା ରାଜସ୍ୱର ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ୨୦୨୧-୨୨ ଆର୍ôଥକ ବର୍ଷରେ ଏହି କ୍ଷେତ୍ରରେ ଗତ ଆର୍ôଥକ ବର୍ଷ ତୁଳନାରେ ୮୭% ଅଭିବୃଦ୍ଧି ହୋଇଛି । ଜିଏସଟି ଆକାରରେ ରାଜସ୍ୱ ସଂଗ୍ରହ ପରିମାଣ ୮୭.୫୦% ଏବଂ ସୀମା ଶୁଳ୍କ ଆକାରରେ ରାଜସ୍ୱ ସଂଗ୍ରହ ପରିମାଣ ୬୫.୪୬% ବୃଦ୍ଧି ପାଇଛି । ଇସ୍ପାତ, ଖଣି ଓ ଖଣି ସେବା, ଠିକା କାମ ସେବା କ୍ଷେତ୍ରରେ ରାଜସ୍ୱ ସଂଗ୍ରହ ପରିମାଣ ଗତବର୍ଷ ତୁଳନାରେ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇବା ସହିତ ତୈଳ, କାଗଜ, ବ୍ୟାଙ୍କିଙ୍ଗ୍ ଓ ଫାଇନାନ୍ସ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଆମଦାନୀ କ୍ଷେତ୍ରରେ ଭୁବନେଶ୍ୱର ଜୋନ୍ ଏହି ଆର୍ଥିକ ବର୍ଷର ମାର୍ଚ୍ଚ ୨୦୨୨ ସୁଦ୍ଧା ୧୧,୧୫୪ କୋଟି ଟଙ୍କାର ସୀମା ଶୁଳ୍କ ସଂଗ୍ରହ କରିଛି । ପୂର୍ବବର୍ଷ ତୁଳନାରେ ଏ କ୍ଷେତ୍ରରେ ୬୫.୪୫% ଅଭିବୃଦ୍ଧି ରେକର୍ଡ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts