ଆଗାମୀ ୧୦-୧୫ ଦିନ ବହୁତ୍ ଗୁରୁତ୍ତ୍ୱପୂର୍ଣ, ଅଧିକ ମାତ୍ରାରେ ବଢ଼ିପାରେ ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର : ରାଜ୍ୟରେ ପୁଣି ଉପରମୂହା ରହିଛି କରୋନା ସଂକ୍ରମଣ । ଦିନକୁ ଦିନ ସଂକ୍ରମଣ ବଢ଼ିବାକୁ ଲାଗିଛି । ତେବେ ବହୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ରାଜ୍ୟରେ ୧୦-୧୫ ଦିନ ମଧ୍ୟରେ ଅଧିକ ମାତ୍ରାରେ ବଢ଼ିପାରେ ସଂକ୍ରମଣ । କାଲି ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳନ କରାଯାଇଛି । ଯଦି କୌଣସି ବ୍ୟକ୍ତି ସଂକ୍ରମିତ ହୋଇଥିବେ ତେବେ ତାହା ୧୦-୧୫ ଦିନ ମଧ୍ୟରେ ଜଣାପଡିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ।

ସେପଟେ ରାଜ୍ୟରେ ୧୦-୧୫ ଦିନ ହେବ ବଢୁଛି ହେଲେ ପ୍ରୋଗ୍ରେସ ସ୍ଲୋ ଅଛି । ହସ୍ପିଟାଲିଟି ବଢିନାହିଁ କି ଫାଟାଲିଟି ମଧ୍ୟ ବଢ଼ିନାହିଁ । ଆମ ରାଜ୍ୟ ଅପେକ୍ଷା ଅନ୍ୟ ରାଜ୍ୟରେ ବେଶୀ ବଢୁଛି । ତେଣୁ ଆମେ ଧର୍ଯ୍ୟହରା ହେବା ନାହିଁ । କୋଭିଡ ପାଇଁ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି । ତେଣୁ ଜନସାଧାରଣ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ ବୋଲି ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ।

ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଆଉ ଗୋଟିଏ କାରଣ ହେଉଛି ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ବିଭାଗ ପକ୍ଷରୁ କରାଯାଉଛି । ଯେଉଁଥିରେ ହେଲଥ ୱାର୍କର ମାନେ ବୁଲି ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ଖୋଜିବାହାର କରିବା ସହ ସେମାନଙ୍କ ଟେଷ୍ଟ କରାଉଛନ୍ତି । ଅନ୍ୟପଟେ ଯାହାର ଲକ୍ଷଣ ଦେଖାଦେଉଛି ସେମାନେ ସ୍ୱତପ୍ରବୃତ ଟେଷ୍ଟ କରନ୍ତୁ ।

ଯେଉଁମାନଙ୍କର ଟିକା ନେବାର ଅଛି ସେମାନେ ଟିକା ନିଅନ୍ତୁ ।

Related Posts