ଶ୍ରୀମନ୍ଦିରରେ ଅଘଟଣ: ମୁକ୍ତି ମଣ୍ଡପ ସମ୍ମୁଖ ବେହେରଣ ଦ୍ୱାର ବାହାର ପାଶ୍ୱର୍ରୁ ଖସିଲା ପଥର

ପୁରୀ : ଶ୍ରୀମନ୍ଦିର ରେ ଅଘଟଣ । ପୁଣି ଖସିଛି ପଥର । ଖସିଥିବା ପଥରର ଓଜନ ପ୍ରାୟ ୨୦ କିଲୋଗ୍ରାମ ହେବ । ରବିବାର ଅପରାହ୍ନରେ ଘଟିଛି ଏହି ଅଘଟଣ ।

ତେବେ ଏଥିରେ କାହାରି କିଛି କ୍ଷତି ହୋଇ ନାହିଁ । ସେବକ ତଥା ଶ୍ରଦ୍ଧାଳୁଙ୍କ ଚଳପ୍ରଚଳ ନଥିବା ସ୍ଥାନରେ ଖସିଥିଲା ।

ଦେଖଣାହାରୀଙ୍କ କହିବା ଅନୁସାରେ, ପଥରଟି ପ୍ରାୟ ଏକ ଫୁଟରେ ଦେଢ ଫୁଟ ଭଳି । ତେବେ ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି ।ରବିବାର ଅପରାହ୍ନରେ ମାଜଣା ମଣ୍ଡପ ନିକଟ ତଥା ମୁକ୍ତି ମଣ୍ଡପ ସମ୍ମୁଖ ବେହେରଣ ଦ୍ୱାର ବାହାର ପାଶ୍ୱର୍ରୁ ପଥରଟି ଖସିଥିଲା । ପ୍ରାୟ ୪୦ ଫୁଟ ଉଚ୍ଚତାରୁ ବଡ଼ଦେଉଳ ଉପରୁ ପଥରଟି ଖସିଥିଲା । ଭିତର ବେଢ଼ା କନ୍ଦିରେ ପଥର ଖସିବାରୁ କାହାରି କିଛି କ୍ଷତି ହୋଇ ନାହିଁ । ଚର୍ଚ୍ଚାଘର ବାହାର ପଟେ ଏହି ଅଘଟଣ ଘଟିଛି । ଏଏସ୍‌ଆଇ ଭୁଞ୍ଜାଇଥିବା ପଥର ଖସିପଡ଼ିଥିବା ଅନୁମାନ କରାଯାଉଛି ।

Related Posts