ଖଣି ବ୍ୟବସାୟୀ ଶ୍ରୀବତ୍ସ ଜେନାଙ୍କ ଘରେ ଆୟକର ଚଢାଉ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖଣି ବ୍ୟବସାୟୀ ଶ୍ରୀବତ୍ସ ଜେନାଙ୍କ ଘରେ ଆୟକର ଚଢାଉ । ତେବେ ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ହେଉଥିବା ନେଇ ସୂଚନା ମିଳିଛି । ଶ୍ରୀବତ୍ସ ଜେନାଙ୍କ ଭୁବନେଶ୍ବର ବରମୁଣ୍ଡା ସ୍ଥିତ ହାଉସିଂବୋର୍ଡ ସି/୧୭ ଘରେ ଚଢାଉ ଜାରି ରହିଛି । ଚଢାଉରେ ସ୍ଥାନୀୟ ତହସିଲଦାରଙ୍କ ସହ ଅନେକ ସରକାରୀ କର୍ମଚାରୀ ସାମିଲ ଅଛନ୍ତି । ତେବେ ଯାଜପୁର ଡଙ୍କାରି ପାହାଡ଼ରୁ ପଥର ଖୋଳା ମାମଲା ଚଢାଉ କରାଯାଇଥିବା ସୂଚନା ମିଳୁଛି ।

ବିନା ନିଲାମରେ ଡଙ୍କାରି ପାହାଡ଼ରୁ ଖୋଳା ଚାଲିଥିଲା । ୫୯ କୋଟି ଟଙ୍କାର ଅଧିକ ପଥର ଖୋଳି ଚାଲାଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଆୟକର ବିଭାଗର ଟାର୍ଗେଟ୍ରେ ଥିଲେ ଶ୍ରୀବତ୍ସ । ତେବେ ଗୁରୁବାର ତାଙ୍କ ଘରେ ଆୟକର ବିଭାଗ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts