
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜିଲ୍ଲା ପରିଷଦର ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଳିଲା ହତ୍ୟା ଧମକ । କେହି ଅଜଣା ବ୍ୟକ୍ତି ଅଜଣା ନମ୍ବରରୁ ରବିବାର ବିଳମ୍ବିତ ରାତିରେ ଫୋନ୍ କରି ଗୁଳିକରି ହତ୍ୟା କରିଦେବାକୁ ଧମକ ଦେଇଛନ୍ତି । ନିର୍ବାଚନ ପ୍ରଚାର ସମୟରେ ଲୋକପ୍ରିୟତାକୁ ଦେଖି ଏଭଳି ଘଟଣା ଘଟିଥିବା ପ୍ରାର୍ଥୀ ଦୀପକ ଚୌଧୁରୀ କହିଛନ୍ତି । ଏନେଇ ସେ ପାଟକୁରା ଥାନାରେ ଅଭିଯୋଗ କରିବା ସହ ନିଜ ସୁରକ୍ଷା ଲୋଡିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ଏ ଘଟଣା ସମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।