ନୂଆଦିଲ୍ଲୀ : ଫେବୃଆରୀ 24 ରୁ ଋଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଭାଵ ସମଗ୍ର ଦେଶ ଉପରେ ପଡ଼ିଛି । ଋଷ ଉପରେ ଅଙ୍କୁଶ ଲଗାଇବା ନେଇ ଆମେରିକା ଓ ୟୁରୋପୀୟ ଦେଶମାନେ ଲଗାଇଥିବା ଆର୍ଥିକ କଟକଣା ମାନ ଲଗାଇଛନ୍ତି । ମାତ୍ର ଏହାର ବିଶେଷ ପ୍ରଭାବ ଋଷ ଉପରେ ପଡ଼ିଛି। ରୁଷର ଦୁଇଟି ମିତ୍ର ଦେଶ-ଭାରତ ଓ ଚୀନ ଏହି ପ୍ରତିବନ୍ଧକକୁ ଖାତିର ନ କରି ଋଷ ଠାରୁ ତେଲ କିଣୁଛନ୍ତି । ଫଳରେ ଏହି ଦୁଇ ଦେଶ ପାଇଁ ଋଷ ର ଆର୍ଥିକ ସ୍ଥିତି ଉପରେ ବିଶେଷ ପ୍ରଭାବ ପଡ଼ିନାହିଁ।
ଏହି ଦୁଇ ଦେଶ ମାତ୍ର ୩ ମାସରେ ରୁଷଠାରୁ ୨୪ ବିଲିୟନ ଡଲାର ମୂଲ୍ୟର ତେଲ ଓ ଗ୍ୟାସ କିଣିଛନ୍ତି ।
ଗତ ଫେବ୍ରୁଆରି ୨୪ରେ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା ରୁଷ । ଏହା ପରେ ଆମେରିକା ଓ ୟୁରୋପୀୟ ଦେଶମାନେ ରୁଷକୁ ଶାସ୍ତି ଦେବାକୁ ଆର୍ଥିକ କଟକଣା ଲଗାଇଥିଲେ । ୟୁରୋପୀୟ ଦେଶମାନେ ରୁଷଠାରୁ ତେଲ କିଣିବା କମ କରିଦେଲେ । ଏହି ଦେଶମାନେ ଭାବିଥିଲେ ଯେ ଆର୍ଥିକ କଟକଣା ଯୋଗୁଁ ରୁଷ ତଳିତଳାନ୍ତ ହୋଇଯିବ । କିନ୍ତୁ ରୁଷର ଦୁଇ ମିତ୍ର ଦେଶ ଭାରତ ଓ ଚୀନ ପାଶ୍ଚାତ୍ୟ ଦେଶଙ୍କ ଏହି ଯୋଜନାକୁ ପଣ୍ଡ କରିଦେଇଛନ୍ତି ।
ମାର୍ଚ୍ଚରୁ ମେ ମାସ ମଧ୍ୟରେ ଭାରତ ଓ ଚୀନକୁ ତେଲ ଓ ଗ୍ୟାସ ବିକ୍ରି କରି ୨୪ ବିଲିୟନ ଡଲାର ( ୧.୯ ଲକ୍ଷ କୋଟି ଟଙ୍କା) ଆୟ କରିଛି ରୁଷ । ଏହା ମଧ୍ୟରୁ ଚୀନ ୧୮.୯ ବିଲିୟନ ଡଲାର ମୂଲ୍ୟର ତେଲ ଓ ଗ୍ୟାସ କିଣିଥିବାବେଳେ ଭାରତ ୫.୧ ବିଲିୟନ ଡଲାର ମୂଲ୍ୟର ତେଲ କିଣିଛି । ୨୦୨୧ରେ ଭାରତ ଓ ଚୀନ ରୁଷଠାରୁ କିଣିଥିବା ତେଲ ତୁଳନାରେ ଏହା ୧୩ ବିଲିୟନ ଡଲାର ଅଧିକ । ଏହି ଦୁଇ ଦେଶକୁ ତେଲ ବିକି ହୋଇଥିବା ବିପୁଳ ଆୟ ଯୋଗୁଁ ରୁଷ ଆର୍ଥିକ କଟକଣାକୁ ସଫଳତାର ସହ ମୁକାବିଲା କରିଚାଲିଛି।
