ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଟିମ୍ କୁ ଫେରିଲେ ଅଜିଙ୍କ୍ୟ ରାହାଣେ

ଭୁବନେଶ୍ୱର,୨୫/୪(ସତ୍ୟପାଠ ବ୍ୟୁରୋ): ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଆଜି ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଜୁନ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଡବ୍ଲ୍ୟୁଟିସି ଫାଇନାଲ ମ୍ୟାଚ ଖେଳାଯିବ । ଟିମ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଗତ ୨୦୨୧ ଡବ୍ଲ୍ୟୁଟିସି ଫାଇନାଲରେ ଭାରତ ୮ ୱିକେଟରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା ।

ତେବେ ଆଜି ଘୋଷଣା ହୋଇଥିବା ଦଳକୁ ଅଜିଙ୍କ୍ୟ ରାହାଣେ ଫେରିଛନ୍ତି। ଦୀର୍ଘ ୧ ବର୍ଷ ପରେ ସେ ଭାରତୀୟ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଦଳରେ କେଏଲ ରାହୁଲଙ୍କୁ ମଧ୍ୟ ସୁଯୋଗ ମିଳଛିି । ସେପଟେ ଏହି ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳି ନାହିଁ । ଆଘାତ ସମସ୍ୟା ଯୋଗୁ ଶ୍ରେୟାଶ ଆୟାର, ରିଷଭ ପନ୍ତ ଓ ଯଶପ୍ରୀତ ବୁମରାହଙ୍କୁ ମଧ୍ୟ ଦଳରୁ ବାଦ ଦିଆଯାଇଛି । ସେମାନେ ସମ୍ପୂର୍ଣ୍ଣ ଭାବେ ଫିଟ୍ ହେଲେ ତାଙ୍କ କଥା ବିଚାର କରାଯିବ ବୋଲି ଚୟନ କମିଟି ପକ୍ଷରୁ କୁହାଯାଇଛି ।

ତେବେ ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳରେ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏଲ ରାହୁଲ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମୀ, ମହମ୍ମଦ ସିରାଜ, ଉମେଶ ଯାଦବ ଓ ଜୟଦେବ ଉନାଡକଟ ସାମିଲ ହୋଇଛନ୍ତି।

Related Posts