ଭାରତ ଭିଏତନାମକୁ ଦେଲା ୧୨ଟି ହାଇସ୍ପିଡ ଗାର୍ଡ ବୋଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତ ଭିଏତନାମକୁ ଦେଲା ୧୨ଟି ହାଇସ୍ପିଡ ଗାର୍ଡ ବୋଟ । ତେବେ ଭିଏତନାମ ଗସ୍ତରେ ଥିବା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହାକୁ ଭିଏତନାମ ନୌସେନାକୁ ହସ୍ତାନ୍ତର କରିଛନ୍ତି । ସେଥିମଧ୍ୟରୁ ୫ଟି ବୋଟ ଭାରତରେ ନିର୍ମାଣ ହୋଇଥିବାବେଳେ ୭ଟି ଭିଏତନାମରେ ଆସେମ୍ଲି କରାଯାଇଛି । ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହାଙ୍ଗ ହା ଶିପୟାର୍ଡରେ ବୋଟଗୁଡ଼ିକୁ ହସ୍ତନ୍ତର କରିଛନ୍ତି । ଏହି ଶିପୟାର୍ଡ ଦକ୍ଷିଣ ଚାଇନା ସାଗର କୂଳରେ ଅବସ୍ଥିତ । ଏହା ଦ୍ୱାରା ଭିଏତନାମ ନିଜର ସାମୁଦ୍ରିକ ସୀମାରେ ସହଜରେ ପାଟ୍ରୋଲିଂ କରିପାରିବ ।

ଏହା ଦ୍ୱାରା ଭାରତ ଏବଂ ଭିଏତନାମ ମଧ୍ୟରେ ସାମରିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ହୋଇପାରିବ । ଅନ୍ୟପଟେ ଭାରତ ଏବଂ ଭିଏତନାମ ମଧ୍ୟରେ ୮ ବର୍ଷ ପାଇଁ ସାମରିକ ସୁରକ୍ଷା ଚୁକ୍ତି ସ୍ୱାକ୍ଷର ହୋଇଛି । ସେପଟେ ଏହି ଚୁକ୍ତି ନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts