ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଂଲାଦେଶକୁ ଭାରତ ଯୋଗାଇଲା ୫ ହଜାର ଟନ୍ ଅତିରିକ୍ତ ଡିଜେଲ । ତେବେ ଭାରତ-ବାଂଲାଦେଶ ବନ୍ଧୁତା ପାଇପଲାଇନ୍ ମାଧ୍ୟମରେ ଯୋଗାଣ କରାଯାଉଛି। ଢାକା ଟ୍ରିବ୍ୟୁନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ,ଏହା ପାର୍ବତୀପୁର ପଡ଼ିଆ ତୈଳ ଡିପୋକୁ ପଠାଯାଉଛି। ଡିପୋ ପରିଚାଳକ ମହମ୍ମଦ ଆହସାନ ହବିବ୍ ଚୌଧୁରୀ କହିଛନ୍ତି, ଭାରତ-ବାଂଲାଦେଶ ବନ୍ଧୁତା ପାଇପଲାଇନ୍ ମାଧ୍ୟମରେ ଭାରତରୁ ଡିପୋକୁ ଡିଜେଲ ଆସିବା ଆରମ୍ଭ ହୋଇଛି। ସେ ଆହୁରି କହିଛନ୍ତି ଏହା ୧୬ ଏପ୍ରିଲ ସକାଳରୁ ଆସିବା ଆରମ୍ଭ ହୋଇଥିଲା। ସେପଟେ ଢାକା ଅଧିକାରୀଙ୍କ ଅନୁଯାୟୀ, ମାର୍ଚ୍ଚରୁ ଏପ୍ରିଲ ୧୪ ମଧ୍ୟରେ ବାଂଲାଦେଶ ଭାରତରୁ ପାଇପଲାଇନ ମାଧ୍ୟମରେ ୩୦,୦୦୦ ଟନ୍ ଡିଜେଲ ପାଇଛି। ମାର୍ଚ୍ଚ ମାସରେ ଭାରତରୁ ବାଂଲାଦେଶକୁ ୨୨,୦୦୦ ଟନ୍ ଡିଜେଲ ଯୋଗାଣ ହୋଇଥିଲା। ୧୪ ଏପ୍ରିଲରେ, ବାଂଲାଦେଶର ପାର୍ବତୀପୁର ଡିପୋରେ ୮,୦୦୦ ଟନ୍ ଡିଜେଲ ପହଞ୍ଚିଥିଲା।
