ଋଷ ଠାରୁ ଶସ୍ତାରେ ତେଲ କିଣିବ ଭାରତ !

୨୦ ଦିନରେ ପହଁଞ୍ଚିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ | ଋଷିଆର ଘନ ଘନ ଆକ୍ରମଣରେ ୟୁକ୍ରେନ ବେହାଲ ହୋଇପଡିଥିବା ବେଳେ, ରୁଷ ସେନାକୁ କଡା ଟକ୍କର ଦେବାରେ ଲାଗିଛନ୍ତି ୟୁକ୍ରେନ ସେନା | ଫଳରେ ଉଭୟ ଦେଶର ଶହ ଶହ ନାଗରିକଙ୍କ ମୃତ୍ୟୁ ଘଟୁଛି | ଏହାରି ମଧ୍ୟରେ ଏନେକ ଦେଶ ରୁଷ ୟୁକ୍ରେନ ଉପରକୁ ଆକ୍ରମଣ କରିବାକୁ ନେଇ ରୁଷ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ, ଏବେ ଧୀରେ ଧୀରେ ରୁଷ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି | ଏଭଳି ସ୍ଥିତିରେ ଋଷ ଠାରୁ ଶସ୍ତାରେ ତେଲ କିଣିପାରେ ଭାରତ |

ଏପଟେ ବର୍ଦ୍ଧିତ ତେଲ ଦର ବର୍ତ୍ତମାନ ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଏଭଳି ସ୍ଥିତିରେ ଏକ ନୂଆ ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି । ଯୁଦ୍ଧ ପାଇଁ ପାଶ୍ଚାତ୍ୟ ଦେଶଗୁଡିକର କଟକଣା ପାଇଁ ଋଷ ଏବେ ଶସ୍ତାରେ ତେଲ ଓ ଅନ୍ୟାନ୍ୟ ସାମଗ୍ରୀ ଅଫର କରୁଛି । ଯାହାର ଫାଇଦା ଉଠାଇବାକୁ ସରକାର ଯୋଜନା କରୁଛନ୍ତି । ଋଷଠାରୁ ଭାରତ ଶସ୍ତାରେ ଅଶୋଧିକ ତୈଳ କ୍ରୟ କରିବାକୁ କିଣିପାରେ ବୋଲି ସୂଚନା ମିଳିଛି । ଭାରତରେ ଆବଶ୍ୟକ ହେଉଥିବା ତୈଳର ୮୦% ଆମଦାନୀ ଜରିଆରେ ପୂରଣ କରିଥାଏ । ଋଷ ଠାରୁ ମାତ୍ର ୨ରୁ ୩ ପ୍ରତିଶତ କିଣିଥାଏ । ଚଳିତ ବର୍ଷ ଅଶୋଧିତ ତେଲ ଦର ୪୦% ବଢିବାରୁ ଋଷଠାରୁ ଅଧିକ ତେଲ କିଣିବାକୁ ଚାହୁଁଛି ଭାରତ । ପାଶ୍ଚତ୍ୟ ରାଷ୍ଟ୍ରଗୁଡିକରେ କଟକଣା ଯୋଗୁଁ ଋଷ ବିପୁଳ ରିହାତିରେ ତେଲ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରୁଛି । ଏହି ସୁଯୋଗକୁ ଭାରତ ହାତଛଡା କରିବାକୁ ଚାହିଁବନି ବୋଲି କହିଛନ୍ତି ଜଣେ ବରିଷ୍ଠ ସରକାରୀ ଅଧିକାରୀ ।

ସେ ଆହୁରି କହିଛନ୍ତି ତେଲ ଓ ଅନ୍ୟାନ ସାମଗ୍ରୀ ଲାଗି ପେମେଣ୍ଟ କରିବା ନିମନ୍ତେ ଏକ ଟଙ୍କା-ରୁବେଲ କାରବାର ଢାଞ୍ଚା ପ୍ରସ୍ତୁତ କରିବା ଉପରେ କାର୍ଯ୍ୟ ଚାଲିଛି । ଋଷ ବର୍ତ୍ତମାନ ଭାରତ ସମେତ ଅନ୍ୟ ରାଷ୍ଟ୍ରଗୁଡିକ ସହ ବାଣିଜ୍ୟ ନିବେଶକ ଜାରି ରଖିବାକୁ ଆହ୍ବାନ ଦେଇଛି ।

Related Posts