ନୂଆଦିଲ୍ଲୀ : ସରକାର ବିରୋଧୀ ହାଓ୍ବାକୁ ନେଇ ଆଇଏଏନ୍‌ଏସ୍‌-ସିଭୋଟର ପକ୍ଷରୁ ପ୍ରକାଶିତ ତ୍ରୟମାସିକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଭୂପେଶ ବଘେଲ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନାମ ଶୀର୍ଷରେ ରହିଛି। ଭୂପେଶ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଆସନ ଅଧିକାର କରିବା ପରଠାରୁ ସରକାର ବିରୋଧୀ ହାଓ୍ବା ଅନ୍ୟ ରାଜ୍ୟ ତୁଳନାରେ କମ୍‌ ଅର୍ଥାତ୍‌ ୬% ଥିବା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସେହିପରି ଭୂପେଶଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ତାଲିକାର ସବାଶେଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ ନାମ ରହିଛି। ତାଙ୍କ ଶାସନକାଳରେ ୩୫.୪% ସରକାର ବିରୋଧୀ ହାଓ୍ବା ଦେଖିବାକୁ ମିଳିଛି। ପ୍ରତି ୩ ମାସରେ ଥରେଲେଖା ଆଇଏଏନ୍‌ଏସ୍‌-ସି ଭୋଟର ଟ୍ରାକର ଜରିଆରେ କରାଯାଇଥିବା ଏହି ସର୍ଭେରେ ମୋଟ ୨୫,୦୦୦ଙ୍କ ମତ ସଂଗ୍ରହ କରାଯାଇଥାଏ।