ନୂଆଦିଲ୍ଲୀ : ଭାରତର ଲଢ଼ୁଆ ଯୁଦ୍ଧ ବିମାନ ତେଜସ୍ କୁ ନେଇ ଏବେ ଜୋର୍ ଧରିଛି ଚର୍ଚ୍ଚା । ଖୁବ୍ ଶୀଘ୍ର ଆରମ୍ଭ ହେବ ବିକ୍ରି । ଏନେଇ ଏହି ପ୍ରସ୍ତାବ ଉପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୋହର ମାରିଛନ୍ତି। ଆର୍ଜେଣ୍ଟିନା ସହିତ ଅନେକ ଦେଶମାନେ ଏହି ଯୁଦ୍ଧ ବିମାନ କିଣିବା ପାଇଁ ଆଗ୍ରହି ଅଛନ୍ତି। ତେଜସ୍ ଯୁଦ୍ଧ ବିମାନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବା ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ୨ ଦିବସୀୟ ଆର୍ଜେଣ୍ଟିାନା ଗସ୍ତ କରିଛନ୍ତି।
ସାରା ଦୁନିଆରେ ଭାରତର ଏହି ଲଢ଼ୁଆ ବିମାନ ପାଇଁ ଏବେ ଚାହିଦା ରହିଛି। କାରଣ ଏହି ଯୁଦ୍ଧ ବିମାନ ପାକିସ୍ତାନର ଯୁଦ୍ଧ ବିମାନ ଯେଏଫ-୧୭ ଠାରୁ ଅଧିକ ଶକ୍ତିସମ୍ପନ୍ନ ଓ ପ୍ରଭାବଶାଳୀ। ଅନ୍ଯପଟେ ଭାରତର ଏହି ଲଢୁଆ ବିମାନ ଅନ୍ୟ ଲଢ଼ୁଆ ବିମାନମାନଙ୍କ ଠାରୁ କମ୍ ମୂଲ୍ୟରେ ମଧ୍ୟ ଉପଲବ୍ଧ ହେଉଛି।
ଆର୍ଜେଣ୍ଟିନା ଛଡ଼ା ଫିଲିପାଇନ୍ସ, ମାଲେସିଆ, ଇଣ୍ଡୋନେସିଆ ସହିତ ଅନ୍ୟ ଦେଶଗୁଡ଼ିକ ମଧ୍ୟ ତେଜସ ବିମାନ କିଣିବା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି। ଆର୍ଜେଣ୍ଟିନା ସହିତ ଭାରତ ମଧ୍ୟ ପରମାଣୁ ଶକ୍ତି ଓ ଅନ୍ତରୀକ୍ଷ ରଣନୀତି କ୍ଷେତ୍ରରେ ସହଯୋଗର ସମୀକ୍ଷା କରିଛି। ଆର୍ଜେଣ୍ଟିନାର ବୈଦେଶିକ ମନ୍ତ୍ରୀ କୌଫିଏରାଙ୍କ ସହିତ କଥାବାର୍ତ୍ତାରେ ସ୍ୱଦେଶୀ ଯୁଦ୍ଧ ବିମାନ ତେଜସକୁ ନେଇ କଥାବର୍ତ୍ତା ହୋଇଛି। ଭାରତୀୟ ବିଦେଶ ମନ୍ତ୍ରଣାଳୟ ଅନୁସାରେ ଆର୍ଜେଣ୍ଟିନା ତେଜସ୍ ବିମାନ କିଣିବା ପାଇଁ ସମ୍ପୂର୍ଣ୍ଣ ଆଗ୍ରହି ଅଛି ।
