ଦେଶରେ ପୁଣି ବଢ଼ିଲା ସଂକ୍ରମଣ: ୨୦ ହଜାର କଲା ଅତିକ୍ରମ

ନୂଆଦିଲ୍ଲୀ: ବଢ଼ୁଛି ସଂକ୍ରମଣ । ଦେଶରେ ଏବେ ଲଗାତାର ଭାବେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଜି ଦେଶରେ ଦୈନିକ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ସଂଖ୍ୟା ପୁଣି ବୃଦ୍ଧି ପାଇ ୨୦ ହଜାର ଅତିକ୍ରମ କରିଯାଇଛି।

ଆଜି ଦୈନିକ ପଜିଟିଭିଟି ହାର ୪.୧% ଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୪.୬୪% ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୦,୫୫୭ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୦ ମୃତ୍ୟୁ ରେକର୍ଡ କରାଯାଇଛି।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨୦,୫୫୭ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪, ୩୮,୦୩,୬୧୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୫୮୫, ତେଲେଙ୍ଗାନାରେ ୬୫୮, କର୍ଣ୍ଣାଟକରେ ୧,୧୫୧, ତାମିଲ୍‌ନାଡୁରେ ୨,୧୪୨, ମହାରାଷ୍ଟ୍ରରେ ୨,୨୭୯ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ମେ ମାସଠାରୁ ଦେଶରେ କ୍ରମାଗତ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଛି ।

Related Posts