ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆମେରିକା – ଇରାନ ଅସ୍ତ୍ରବିରତି ପରେ ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ଦେଶ ଚାରି ବର୍ଷରୁ ଅଧିକ ସମୟ ଧରି ରୁଷ ସହିତ ଯୁଦ୍ଧରେ ଅଛି। ୟୁକ୍ରେନରେ ମଧ୍ୟ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷ ଉପରେ ଚାପ ପକାଇବାକୁ ୟୁକ୍ରେନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନିବେଦନ କରିଛି। ୟୁକ୍ରେନ କହିଛି ଯେ, ଇରାନ ସହିତ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଅସ୍ତ୍ରବିରତି ଚୁକ୍ତିନାମା ଆମେରିକାର ନିର୍ଣ୍ଣାୟକ ସଫଳତାକୁ ପ୍ରତିଫଳିତ କରୁଛି। ଏବେ ଇରାନ ସଙ୍କଟ ଟଳିଯାଇଛି। ଦୟାକରି ଆମ ଯୁଦ୍ଧ ମଧ୍ୟ ବନ୍ଦ କରନ୍ତୁ ବୋଲି ୟୁକ୍ରେନ କହିଛି। ଯାହା କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।