ଜାହାଙ୍ଗୀରପୁରୀ ହିଂସା ମାମଲା: ଆଉ ଦୁଇ ସମ୍ପର୍କୀୟ ଭାଇକୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ: ଜାହାଙ୍ଗୀରପୁରୀ ହିଂସା ମାମଲାରେ ବଢ଼ିଲା ଗିରଫ ସଂଖ୍ୟା | ପୂର୍ବରୁ ପୋଲିସ ଏହି ଘଟଣାରେ ୨୮ ଜଣଙ୍କୁ ଗିରଫ କରିଥିବା ବେଳେ, ଏବେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି | ତେବେ ଗିରଫ ଦୁଇ ଜଣ ପରସ୍ପର ର ସମ୍ପର୍କୀୟ ଭାଇ ହେବେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି | ଗିରଫ ଅଭିଯୁକ୍ତ ହେଲେ ଜାଫର ଓ ବାବୁଦ୍ଦୀନ । ସେମାନେ ହନୁମାନ ଜୟନ୍ତୀ ଦିନ ଶୋଭାଯାତ୍ରା ଉପରେ କାଚ ବୋତଲ ମାଡ କରିଥିବା ଅଭିଯୋଗ ହୋଇଥିଲା । ଏହାସହ ସେମାନେ ଭୟଭୀତ କରିବା ପାଇଁ ଖଣ୍ଡା ମଧ୍ୟ ବୁଲାଇଥିଲେ ।

ଉଭୟ ଅଭିଯୁକ୍ତ ସମ୍ପର୍କରେ ଭାଇ ଅଟନ୍ତି । ଉଭୟଙ୍କ ବିରୋଧରେ ହିଂସା ଓ ଦଙ୍ଗା ଘଟାଇବା ଅଭିଯୋଗ ରହିଛି । ସେମାନେ ଘଟଣାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଅନସାରକୁ ମଧ୍ୟ ଜାଣିଥିଲେ ।

ପୋଲିସ ଏହି ମାମଲାରେ ଏବେସୁଦ୍ଧା ୨୮ଜଣଙ୍କୁ ଗିରଫ କରିସାରିଛି । ଏଥିରେ ୩ ଜଣ ନାବାଳକ ରହିଛନ୍ତି । ସେମାନଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି । ସେହିପରି ଦିଲ୍ଲୀ କ୍ରାଇମବ୍ରାଞ୍ଚ ପାଖରେ ୯ ଅଭିଯୁକ୍ତ ଅଛନ୍ତି । ସେମାନଙ୍କୁ ଲଗାତର ପଚରାଉଚରା କରାଯାଉଛି ।

ସୂଚନାଯୋଗ୍ୟ, ଦିଲ୍ଲୀର ଜହାଙ୍ଗୀରପୁରୀରେ ଏପ୍ରିଲ ୧୬ ତାରିଖରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବାହାରିଥିଲା । ଏହି ସମୟରେ ଶୋଭାଯାତ୍ରା ଉପରେ କିଛି ଦୁର୍ବୃତ୍ତ ପଥର ମାଡ କରିଥିଲେ । ଫଳରେ ହିଂସାର ସୂତ୍ରପାତ ହୋଇଥିଲା । ଏଥିରେ ୮ ପୋଲିସ କର୍ମୀଙ୍କ ସମେତ ୯ ଜଣ ଆହତ ହୋଇଥିଲେ ।

Related Posts