ଜୟପୁର ଜଙ୍ଗଲ ଖୋଲ ବିଟ୍ ତାମେରା ନାଳ ନିକଟରେ ଗୁଳିବିଦ୍ଧ ଦନ୍ତା ମୃତ୍ୟୁ ଘଟଣା: ଆଉ ଦୁଇ ଗିରଫ

ଆଠଗଡ : ଦନ୍ତା ହତ୍ୟା କାରୀଙ୍କୁ ମିଳିବନି ତ୍ରାହି । ଏନେଇ ଆକ୍ସନ ମୁଡ୍ ରେ ଥିବା ପୋଲିସ ଓ ବନବିଭାଗ ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ଜୟପୁର ଜଙ୍ଗଲ ଖୋଲ ବିଟ୍ ତାମେରା ନାଳ ନିକଟରେ ଗୁଳିବିଦ୍ଧ ଦନ୍ତା ମୃତ୍ୟୁ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ନରସିଂହପୁର ଥାନା କାଠଖୁଣ୍ଟ ଗ୍ରାମର ୫୩ ବର୍ଷ ବୟସ୍କ ବୁଦ୍ଧିମାନ ରାଉତ ଓରଫ ବୁଦ୍ଧିଆ ଏବଂ ଜୟପୁର ଅନନ୍ତ ପ୍ରସାଦ ଗ୍ରାମର ୨୮ ବର୍ଷ ବୟସ୍କ ଜଳନ୍ଧର ନାୟକ ଓରଫ ଜଳିଆ । ପୂର୍ବରୁ ଏହି ଘଟଣାରେ ୩ ଜଣ ଗିରଫ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଜୟପୁର ଖୋଲ ବିଟ୍ ଜଙ୍ଗଲରେ ଏକ ଦନ୍ତାକୁ ଶିକାରୀମାନେ ଗୁଳି କରିଥିଲେ। ଗୁଳିବିଦ୍ଧ ଅବସ୍ଥାରେ ହାତୀକୁ ବନ ବିଭାଗ ଠାବ କରିବା ପରେ ତାର ଚିକିତ୍ସା ଆରମ୍ଭ କରିଥିଲା । ୯ ଦିନର ସଂଘର୍ଷ ପରେ ହାତୀଟିର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପୂର୍ବରୁ ବନ ବିଭାଗ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛି ତାକୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଜାଦବ କହିଛନ୍ତି ।

Related Posts