ଭିଜିଲାନ୍ସ ସ୍କାନରରେ ଯାଜପୁର RMC କର୍ମଚାରୀ ଗୟାଧର ସାହୁ

ଯାଜପୁର: ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ କର୍ମଚାରୀ | ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର RMC କର୍ମଚାରୀ | RMC କର୍ମଚାରୀ ଗୟାଧର ସାହୁ | ଭିଜିଲାନ୍ସ ପକ୍ଷରୁ ତାଙ୍କ ଘରେ ରେଡ ହୋଇଛି । ଭିଜିଲାନ୍ସ ପକ୍ଷରୁ ଯାଜପୁର ସଂଥେଶ୍ବରପୁର ସ୍ଥିତ ବାସଭବନ ଭଡାରେ ଦିଆଯାଇଥିବା ଘରେ ଚାଲିଛି ରେଡ ।

କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନଥିବା ବେଳେ ଚଢାଉ ଜାରି ରଖିଛି ଭିଜିଲାନ୍ସ | ତାଙ୍କ ନାମରେ ପୂର୍ବରୁ କୋର୍ଟରେ ଅଭିଯୋଗ ହୋଇଥିବା ବେଳେ କୋର୍ଟର ନିର୍ଦେଶକ୍ରମେ ଭିଜିଲାନସ ଚଢ଼ାଉ ଜାରି ରହିଛି। ତେବେ ତାଙ୍କ ଘରୁ କେତେ ଟଙ୍କା, ସୁନା ଆଦି ଜବତ ହୋଇଛି ତାହା ଜଣାପଡ଼ିନାହିଁ। ଏଣେ ତାଙ୍କ ସଂପତ୍ତିର ଆକଳନ ଚାଲିଛି।

Related Posts