ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେପିରେ ସାମିଲ ହେଲେ ଅରବିନ୍ଦ ଢାଲି । ବିଜେଡିରୁ ଗତକାଲି ଇସ୍ତଫା ଦେବା ପରେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ଅରବିନ୍ଦ ଢାଲି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଇଛନ୍ତି ଅରବିନ୍ଦ ଢାଲି ।

ତେବେ ଗତକାଲି ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ଅରବିନ୍ଦ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇତିଲେ । ଏହାର ଗୋଟିଏ ଦିନ ପରେ ଆଜି ସେ ବିଜେପିରେ ସାମିଲ ହେଇଛନ୍ତି । ତେବେ ଅରବିନ୍ଦ ବିଜେପିକୁ ଫେରିବା ତାଙ୍କର ଘର ବାହୁଡା ବୋଲି କୁହାଯାଉଛି ।

୧୯୯୨ ମସିହାରେ ମାଲକାନଗିରିରୁ ବିଜେପି ଟିକେଟରେ ସେ ବିଧାୟକ ହେଇଥିଲେ । ଏମିତି ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ପରିବହନ ମନ୍ତ୍ରୀ ବି ରହିଥିଲେ । ହେଲେ ୨୦୦୯ ମସିହାରେ ସେ ବିଜେପି ଛାଡି ବିଜେଡିରେ ସାମିଲ ହେଇଥିଲେ । ୨୦୦୯, ୨୦୧୯ରେ ଜୟଦେବ ନିର୍ବାଚନ ମଣ୍ଡଳୀରୁ ବିଧାୟକ ନିର୍ବାଚିତ ହେଇଥିଲେ ଅରବିନ୍ଦ ଢାଲି । ହେଲେ ଏବେ ସେ ବିଜେଡି ଛାଡି ବିଜେପିରେ ସାମିଲ ହେବା ସହିତ ପୁଣି ନିଜର ପୁରୁଣା ଦଳକୁ ଫେରିଛନ୍ତି ।

Related Posts