ଝରିଗାଁ ବିଡ଼ିଓଙ୍କୁ ମାଡ଼ ଘଟଣା: ପ୍ରତିବାଦରେ ବ୍ଲକ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ଉମରକୋଟ : ଝରିଗାଁ ବିଡ଼ିଓଙ୍କୁ ମାଡ଼ ଘଟଣାକୁ ନେଇ ପ୍ରତିବାଦ। ଏନେଇ ଶୁକ୍ରବାର ଝରିଗାଁ ବ୍ଲକ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି। ସମସ୍ତ କର୍ମଚାରୀ ସେମାନଙ୍କୁ ଅସୁରକ୍ଷିତ ମନେ କରି ଝରିଗାଁ ଥାନାରେ ଏକ ଦାବୀ ପତ୍ର ଦେଇଛନ୍ତି। ବିଡିଓଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ପବିତ୍ର ସାନ୍ତା, ରମେଶ ହରିଜନ ଓ ଅଭୟ ସ୍ୱାଇଁଙ୍କୁ ଗିରଫ କରି ଝରିଗାଁ ପୋଲିସ କୋର୍ଟ ଚାଲାଣ କରିଛି।

ଖବର ଅନୁସାରେ, ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ପାଲିଆ ପଞ୍ଚାୟତର ସରପଂଚ ରାଧା ସାନ୍ତା ଙ୍କ ସ୍ଵାମୀ ପବିତ୍ର ସାନ୍ତା, ରମେଶ ହରିଜନ ଓ ଅଭୟ ସ୍ୱାଇଁ ନାମକ ତିନି ଜଣ ବ୍ୟକ୍ତି ବିଡିଓଙ୍କ କାର୍ଯ୍ୟାଳୟରେ ପଶି ପ୍ରଥମେ ସିସିଟିଭି କ୍ୟାମେରାକୁ ବନ୍ଦ କରି ଦେଇଥିଲେ।

ପରେ କେସ୍‌ ରେଜିଷ୍ଟର ମାଗିଥିଲେ ଓ ସେଥିରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ। ସେମାନଙ୍କ କଥାରେ ବିଡିଓ ରାଜି ନହେବାରୁ ଅଭିଯୁକ୍ତମାନେ ତାଙ୍କୁ ମାଡ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ବିଡିଓ। ପରେ ଅଭିଯୁକ୍ତଙ୍କ ବିରୋଧରେ ଝରିଗାଁ ଥାନାରେ ବିଡିଓ ଏତଲା ଦେଇଥିଲେ। ଅନ୍ୟ ପଟେ ମାଡ଼ ମାରିଥିବା ୩ ଯୁବକ କହିଛନ୍ତିଯେ, ବିଡିଓ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ସହିତ ଗୋଟିଏ କାମର ବିଲ୍‌ କରିବାକୁ ୨ ପ୍ରତିଶତ ଲାଞ୍ଚ ମାଗିଥିଲେ ବୋଲି ପାଲଟା ଅଭିଯୋଗ କରିଛନ୍ତି।

Related Posts