ବିଜେପିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କଙ୍ଗନା, ଅରୁଣ ଗୋଭିଲ, ନବୀନ ଜିନ୍ଦଲ

 ଭୁବନେଶ୍ୱର,୨୫/୩(ସତ୍ୟପାଠ ବ୍ୟୁରୋ): ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୧୭ଟି ରାଜ୍ୟର ୧୧୧ଟି ଲୋକସଭା ଆସନ ଘୋଷଣା କରିଛି ଦଳ । ଏଥିରେ ଦଳକୁ ନବାଗତ, ବଲିଉଡ ସେଲିବ୍ରିଟିଙ୍କ ସମେତ ବହୁ ଜଣାଶୁଣା ଚେହେରାଙ୍କୁ ସ୍ଥାନ ମିଳିଛି। 

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡିରୁ ପ୍ରାର୍ଥୀ ହୋଇଛନ୍ତି । ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ ପାଇଁ ଖ୍ୟାତି ଅର୍ଜନ କରିଥିବା ଅରୁଣ ଗୋଭିଲଙ୍କୁ ମିରଟରୁ ପ୍ରାର୍ଥୀ କରିଛି ବିଜେପି। ସେହିପରି ଆଜି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଉ ଦେଉ ଶିଳ୍ପପତି ନବୀନ ଜିନ୍ଦଲଙ୍କୁ କୁରୁକ୍ଷେତ୍ରରୁ ପ୍ରାର୍ଥୀ ଘୋଷଣା କରାଯାଇଛି ।

Related Posts