ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ଇସ୍ତଫା ଦେଇପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । ତେବେ ସିଦ୍ଦରମୈୟାତାଙ୍କ ସମସ୍ତ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁରୁବାର ଏକ ଜଳଖିଆ ବୈଠକପାଇଁ ଡକାଇଛନ୍ତି। ଏହି ବୈଠକ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଆଲୋଚନା ହେଉଛି। ସିଦ୍ଦରମୈୟା ତାଙ୍କ ଇସ୍ତଫାପତ୍ର ଦାଖଲ କରିବା ପାଇଁ ସକାଳ ୧୧ ଟାରେ ରାଜଭବନରେ ପହଞ୍ଚିବେ ବୋଲି ଆଶା କରାଯାଉଥିଲା, କିନ୍ତୁ ରାଜ୍ୟପାଳ ବେଙ୍ଗାଲୁରୁରେ ଉପସ୍ଥିତ ନଥିବାରୁ ଏନେଇ ଅନିଶ୍ଚିତତା ପ୍ରକାଶ ପାଇଛି। ସେପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କହିଛି ଯେ, ସିଦ୍ଦରମୈୟା ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ରାଜ୍ୟପାଳ ବେଙ୍ଗାଲୁରୁରେ ନଥିବା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଏହି ବିବୃତି ଆସିଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟପାଳଙ୍କ ଅନୁପସ୍ଥିତିରେ ମଧ୍ୟ ଇସ୍ତଫା ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରାଯିବ। କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍ ରାଜ୍ୟ ବାହାରେ ଅଛନ୍ତି। ରାଜ୍ୟପାଳ ବୁଧବାର ରାତି ପ୍ରାୟ ୧୦ଟା ୩୦ ମିନିଟ ସମୟରେ ଏକ ପାରିବାରିକ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ତାଙ୍କ ଜନ୍ମସ୍ଥାନ ଇନ୍ଦୋର ଅଭିମୁଖେ ଏକ ବିମାନରେ ସହର ଛାଡିଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ତାଙ୍କ ଫେରିବା ସ୍ପଷ୍ଟ ହୋଇନାହିଁ।
