କର୍ଣ୍ଣାଟକ ହିଜାବ ମାମଲା: ତତ୍କାଳ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବିବାଦୀୟ ହିଜାବ ମାମଲାକୁ ନେଇ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ତତ୍କାଳ ଶୁଣାଣି କରିବାକୁ ସିଧା ସିଧା ମନା କରିଦେଇଛନ୍ତି ସୁପ୍ରିକୋର୍ଟ। କର୍ଣ୍ଣାଟକ ହିଜାବ ମାମଲାରେ ଶୁଣାଣି ଲାଗି ତୁରନ୍ତ ତାରିଖ ଧାର୍ଯ୍ୟ କରିବାକୁ ମନା କାରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାୟଳ। କୋର୍ଟ କହିଛନ୍ତି ଯେ, ଠିକ୍‌ ସମୟରେ ମାମଲାର ଶୁଣାଣି ହେବ। ଆବେଦନକାରୀଙ୍କ ପକ୍ଷରୁ ଓକିଲ ଦେବଦତ୍ତ କାମତ ହାଜର ହୋଇଥିଲେ। ସେ କହିଛନ୍ତି ଆଗକୁ ପିଲାଙ୍କ ପରୀକ୍ଷା ଥିବାରୁ ଏହାର ପ୍ରାସଙ୍ଗିକ ରହିଛି। ତେଣୁ ମାମଲାର ଆଗ୍ରାଧିକ ଭିତ୍ତିରେ ତୁରନ୍ତ ଶୁଣାଣି ପାଇଁ ଆବେଦନ କରାଯାଇଥିଲା। ହିଜାବ ପ୍ରସଙ୍ଗ ସହ ପରୀକ୍ଷାର କୌଣସି ସମ୍ପର୍କ ନଥିବା ପ୍ରଧାନ ବିଚାରପତି କହିଥିବା ଦେବଦତ୍ତ କାମତ କହିଛନ୍ତି। କର୍ଣ୍ଣାଟକ ହାଇକୋର୍ଟଙ୍କ ଅର୍ଡ଼ରକୁ ଚାଲେଞ୍ଜ କରି ଗୁରୁବାର ସୁପ୍ରିମକୋର୍ଟରେ ଏକ ତାଜା ଆବେଦନ କରାଯାଇଛି।

ପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ ମାମଳାର ଶୁଣାଣି କରି ହିଜାବ ପିନ୍ଧିବା ମୁସଲମାନ ଧାର୍ମିକ ପ୍ରଥାର ଅଂଶବିଶେଷ ନୁହେଁ ବୋଲି ରାୟ ଦେଇଥିଲେ। ସ୍କୁଲରେ ୟୁନିଫର୍ମ ପିନ୍ଧିବାକୁ ସମସ୍ତ ଛାତ୍ରଛାତ୍ରୀ ବାଧ୍ୟ ବୋଲି ମଧ୍ୟ ରାୟରେ ଉଲ୍ଲେଖ କରିଥିଲେ କୋର୍ଟ ।

ହାଇକୋର୍ଟଙ୍କ ନିଷ୍ପତ୍ତି ଆସିବା ମାତ୍ରେ କର୍ଣ୍ଣାଟକର ଉଡ଼ୁପି ଜିଲ୍ଲାର ଦୁଇ ଜଣ ଝିଅ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହା ସମେତ ଅନେକ ଛାତ୍ରୀମାନେ ମଧ୍ୟ ଆବେଦନ କରିଛନ୍ତି । ଏହି ଆବେଦନଗୁଡିକରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରିବାକୁ ଦାବି କରାଯାଇଛି। ସମ୍ବିଧାନର ଧାରା ୨୫ ଅନୁଯାୟୀ ପ୍ରତ୍ୟେକ ନାଗରିକଙ୍କ ଧାର୍ମିକ ସ୍ୱତନ୍ତ୍ରତା ଅଧିକାର ଉଲ୍ଲଂଘନ ହେଉଥିବା ଏଥିରେ କୁହାଯାଇଛି। ତେଣୁ ମୁସଲମାନ ଝିଅଙ୍କୁ ସ୍କୁଲ କଲେଜରେ ହିଜାବ ପିନ୍ଧିବା ପାଇଁ ଅନୁମତି ଦେବାକୁ ଆବେଦନରେ ଦର୍ଶାଯାଇଛି ।

Related Posts