ମୁମ୍ବାଇରେ ପୁଣି କାୟା ମେଲାଇଲାଣି କରୋନା; ୮୮୯ଟି ନୂଆ ଆକ୍ରାନ୍ତ ଚିହ୍ନଟ

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ କରୋନା । ପୁଣି ଥରେ ଧୀରେ ଧିରେ କାୟା ମେଲାଇବାରେ ଲାଗିଛି କରୋନା ମହାମାରୀ । ଶନିବାର ୮୮୯ଟି ନୂଆ କରୋନା ଭାଇରସ ଚିହ୍ନଟ ହୋଛନ୍ତି।

ଦିନକ ପୂର୍ବରୁ ୭୬୩୩ଟି ମାମଲା ଚିହ୍ନଟ ହୋଇଥିଲେ। ଏଥିସହ ମୋଟ ମାମଲା ୧୦,୬୮,୮୯୭କୁ ବୃଦ୍ଧି ପାଇଛି। ଫେବୃଆରୀ ୪ରେ ମୁମ୍ବାଇରେ ୮୪୬ଟି ମାମଲା ରେକର୍ଡ଼ ହୋଇଥିଲା। କିନ୍ତୁ ଗତ କିଛି ଦନ ହେଲା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୦,୪୫,୦୩୩୫ ଜଣ କୋଭିଡରୁ ରିକଭରି ହୋଇଛନ୍ତି। ଆକ୍ଟିଭ ମାମଲା ୪୨୯୪ଟି ଥିବା ବେଳେ ଶୁକ୍ରବାର ଏହା ୩୭୩୫ ଥିଲା।

ସେପଟେ ତାମିଲନାଡୁ, କେରଳ, ତେଲଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ପରେ କେନ୍ଦ୍ର ସରକାର ଏନେଇ ତତ୍ପରତା ପ୍ରକାଶ କରିଛନ୍ତି। ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ କରିବା ଲାଗି ସଜାଗ ଓ ସତର୍କ ରହିବାକୁ କେନ୍ଦ୍ର ସରକାର ୫ ରାଜ୍ୟ ସରକାରଙ୍କୁ କହିଛନ୍ତି। ଏନେଇ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଜଣାଇଛନ୍ତି ଯେ, ସଂକ୍ରମଣ ଯେପରି ନ ବ୍ୟାପେ ସେଥିଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉ। କିଛି ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି।

ଏଣୁ ଅଧିକ ବ୍ୟାପିବା ଆଶଙ୍କା କରି ସତର୍କ ରହିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। ନିୟମିତ ଭାବେ ପରୀକ୍ଷାଣ, ସ୍କ୍ରିନିଂ, ଟିକାକରଣ ଜାରି ରଖିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ମାର୍ଚ୍ଚ ୧୦ ପରେ ଗୁରୁବାର ଦିନ ଦେଶରେ ୪ ହଜାର ଉପରେ ସଂକ୍ରମିତ ଚିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ପଶ୍ଚିମବଙ୍ଗ, ଗୁଜରାଟ, ମଧ୍ୟପ୍ରଦେଶ ଓ ଗୋଆରେ ମଧ୍ୟ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳିଛି ।

Related Posts