ସରିଲା ରିମାଣ୍ଡ, ଜେଲ୍ ଗଲେ କେଜ୍ରିୱାଲ

 

ଭୁବନେଶ୍ୱର,୧/୪(ସତ୍ୟପାଠ ବ୍ୟୁରୋ): ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ରିମାଣ୍ଡ ଅବଧି ସରିବା ପରେ ସେ ଏବେ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ। କେଜ୍ରିୱାଲଙ୍କୁ କୋର୍ଟ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ଇଡି କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରିଥିଲା। ଏହା ସହିତ ତାଙ୍କୁ ବିଚାର ବିଭାଗୀୟ ହାଜତରେ ରଖିବା ପାଇଁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲା ଇଡି। 

Related Posts