ଥିରୁଭନନ୍ତପୁରମ: ଆଉ ନାହାଁନ୍ତି କେରଳର ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟଦନ ମହମ୍ମଦ । କେରଳର କୋଝିକୋଡ଼େ ଠାରେ ୮୭ ବର୍ଷ ବୟସରେ ସେ ଶେଷ ନିସ୍ୱାସ ତ୍ୟାଗ କରିଛନ୍ତି । ସେ ଅସୁସ୍ଥ ଥିବାରୁ ଗତ ସପ୍ତାହରେ କେରଳର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ଆଜି ତାଙ୍କର ପରଲୋକ ହୋଇଛି। ସୋମବାର ସକାଳ ୯ଟା ବେଳେ ତାଙ୍କର ଅନ୍ତିମସଂସ୍କାର ହେବ।
ସେ ପ୍ରଥମେ ୧୯୭୭ ମସିହାରେ ନିଳାମ୍ବୁର ନିର୍ବାଚନ ମଣ୍ଡଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଯାଇଥିଲା। ୧୯୮୭ରୁ ୨୦୧୧ ପର୍ଯ୍ୟନ୍ତ ସେ ନୀଳାମ୍ବୁର ନିୟମିତ ଭାବେ ନିର୍ବାଚନ ଜିତି ଆସୁଥିଲେ। ଦୀର୍ଘ ରାଜନୈତିକ ଯାତ୍ରାରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି। ୧୯୮୦ ବେଳେ ସେ ବାମ ଦଳ ଗ୍ରୁପ୍ ‘ଏ’ରେ ଥିବା ବେଳେ ଇକେ ନାୟରଙ୍କ କ୍ୟାବିନେଟ୍ରେ ଥିଲେ। ସେହିପରି ଏକେ ଆଣ୍ଟୋନି ଓ ଓମାନ ଚାଣ୍ଡିଙ୍କ କ୍ୟାବିନେଟ୍ରେ ମନ୍ତ୍ରୀପଦଭାର ସମ୍ଭାଳି ସମ୍ଭାଳିଥିଲେ।
ଆଜି ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ମହମ୍ମଦଙ୍କ ମୃତ୍ୟୁ ତାଙ୍କର ବ୍ୟକ୍ତିଗତ କ୍ଷତି ବୋଲି କହି ରାହୁଲ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି “କେରଳ କଂଗ୍ରେସର ବରିଷ୍ଠ ନେତା ଆର୍ଯ୍ୟଦନ ମହମ୍ମଦ ଜୀଙ୍କ ପରିବାର ପ୍ରତି ହୃଦୟରୁ ସମବେଦନା ବ୍ୟକ୍ତ କରୁଛି। ୮ଥର ବିଧାୟକ ହୋଇଥିବା ମହମ୍ମଦ ଜଣେ ତୃଣମୂଳସ୍ତରରେ ଜଡ଼ିତ ହୋଇ ରହୁଥିବା ନେତା। ଜଣେ ଭଲ ପ୍ରଶାସକ ଜଣେ ଭଲ ମଣିଷ। ତାଙ୍କର ବିୟୋଗ ଦଳ ପାଇଁ ବହୁତ ବଡ଼ କ୍ଷତି ଓ ମୋ ପାଇଁ ବ୍ୟକ୍ତିଗତ କ୍ଷତି। ”
ଆର୍ଯ୍ୟଦନ ମହମ୍ମଦଙ୍କ ବିୟୋଗରେ କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ମଧ୍ୟ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ” ପୂର୍ବତନ ମନ୍ତ୍ରୀ ଓ ୮ ଥରର ବିଧାୟକ(ନୀଳାମ୍ବୁର) ଶ୍ରୀ ଆର୍ଯ୍ୟଦନ ମହମ୍ମଦଙ୍କର ଦୁଃଖଦ ବିୟୋଗରେ ହୃଦୟରୁ ସମବେଦନା ଜଣାଉଛି। ସମାଜ ବିଷୟରେ ଭଲଭାବରେ ଜ୍ଞାନ ଓ ପ୍ରଗତିଶୀଳ ଓ ଧର୍ମନିରପେକ୍ଷ ସେବାଦାନ ଯୋଗୁ ସେ ସମସ୍ତଙ୍କର ଅତି ପ୍ରିୟ ଥିଲେ।
