ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶିକ୍ଷାବିତ୍ ଏବଂ ଏକ କୋଚିଂ ପ୍ରତିଷ୍ଠାନର ମାଲିକ ଖାନ ସାର୍ ପାଟନା ସିଭିଲ୍ କୋର୍ଟରେ ଆତ୍ମସମର୍ପଣ କରିବେ ନାହିଁ । ଏନେଇ ତାଙ୍କ ଓକିଲ ଅରବିନ୍ଦ କୁମାର ମହୁଆର ସୂଚନା ଦେଇଛନ୍ତି। ଏହା ସହ ସୋମବାର ଦିନ ଆଇନଗତ ଦଳ ଜାମିନ ପାଇଁ ଆବେଦନ କରିବେ। “କୋର୍ଟରେ ଆଗୁଆ ଜାମିନ ଆବେଦନ ଦାଖଲ କରିବାର ସମୟ ଶନିବାର ଶେଷ ହୋଇଛି। ଆମେ ସୋମବାର ଦିନ ଏହାକୁ ଦାଖଲ କରିବୁ ଖାନ୍ ସାରଙ୍କ ଓକିଲ କହିଛନ୍ତି।
ସେପଟେ ଏହି ମାମଲା ଜୁନ୍ ୨ ତାରିଖରେ ଖାନ ସାର୍ଙ୍କ କୋଚିଂ ସେଣ୍ଟର ଉପରେ ହୋଇଥିବା ଆକ୍ରମଣରୁ ଆରମ୍ଭ ହୋଇଛି। ଅନଲାଇନରେ ପ୍ରକାଶିତ ଘଟଣାର ଭିଡିଓରେ ଦେଖାଯାଇଛି ଯେ ଅନେକ ଲୋକ ଜଣେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରୁଛନ୍ତି। ଇଟା ଏବଂ ପଥର ଫିଙ୍ଗୁଛନ୍ତି ଏବଂ ପ୍ରତିଷ୍ଠାନ ବାହାରେ ପୋଷ୍ଟର ଚିରି ଦେଉଛନ୍ତି। ପ୍ରାରମ୍ଭରେ ଗୁଳି ଚାଳନା ମଧ୍ୟ ରିପୋର୍ଟ କରାଯାଇଥିଲା । କିନ୍ତୁ ପାଟନା ପୋଲିସ ଏହାକୁ ଅସ୍ୱୀକାର କରିଥିଲା। ଖାନ ସାର୍ଙ୍କ ଦୁଇ ଜଣ ସୁରକ୍ଷାକର୍ମୀଙ୍କୁ ପୂର୍ବରୁ ଗିରଫ କରାଯାଇ ଜେଲ ପଠାଯାଇଛି।
