କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଆଣ୍ଠୁଏ ପାଣି; ପର୍ଯ୍ୟଟକ ହନ୍ତସନ୍ତ

ଭୁବନେଶ୍ୱର,୨୬/୯(ସତ୍ୟପାଠ ବ୍ୟୁରୋ):  ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜି ପ୍ରବଳ ବର୍ଷା ଲାଗି ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ କଟକ, ଭୁବନେଶ୍ୱର, ପୁରୀରେ ବି ଲାଗି ରହିଛି ବର୍ଷା। ଫଳରେ ସୂର୍ଯ୍ୟ ମନ୍ଦିର କୋଣାର୍କ ହୋଇଛି ଜଳବନ୍ଦୀ। ଜମି ରହିଛି ଫୁଟେ ଉଚ୍ଚର ପାଣି। ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଜି କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ପରିସ୍ଥିତିକୁ ଦେଖି ପମ୍ପସେଟ୍ ଲଗାଇ ପାଣି ନିଷ୍କାସନ ପାଇଁ ଉଦ୍ୟମ କରାଯାଉଛି। କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଏ ପରିସ୍ଥିତି କିଛି ନୂଆ ନୁହେଁ। ଅଳ୍ପ ସମୟ ବର୍ଷାରେ ବି ପାଣି ଏଠି ଲହରି ଭାଙ୍ଗେ।

ଏପରି ସମସ୍ୟା ବର୍ଷ ବର୍ଷ ଧରି ଏଠାରେ ଲାଗି ରହିଥିଲେ ବି ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଆନ୍ତରିକତା ପ୍ରକାଶ ପାଉନି। ଫଳରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଏଠାରୁ ଖରାପ ଅନୁଭୂତି ନେଇ ଫେରୁଛନ୍ତି।

Related Posts