ଜ୍ଞାନବ୍ୟାପୀ ମାମଲା: କଥିତ ଶିବଲିଙ୍ଗର ସଂରକ୍ଷଣ ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜ୍ଞାନବ୍ୟାପୀ ମାମଲାର ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ଶୁଣାଣି ଥିଲା। ଜ୍ଞାନବ୍ୟାପୀକୁ ନେଇ ଶୁକ୍ରବାର ଅଲଗା ଅଲଗା ମାମଲାରେ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ଜିଲ୍ଲା କୋର୍ଟରେ ଶୁଣାଣି ହୋଇଥିଲା। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଥିତ ଶିବଲିଙ୍ଗର ସଂରକ୍ଷଣ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ ଶିବଲିଙ୍ଗକୁ ସୁରକ୍ଷିତ ରଖାଯିବ। ଏହି ମାମଲାର ଆଗାମୀ ଶୁଣାଣି ୫ ଡିସେମ୍ବରରେ କରାଯିବ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ଜ୍ଞାନବ୍ୟାପୀ ମାମଲାରେ ଶୁଣାଣି ହୋଇଥିଲା। ଏହି ଅପିଲରେ ହିନ୍ଦୁ ପକ୍ଷକାର ସୁପ୍ରିମକୋର୍ଟରେ ଅନ୍ତରୀଣ ନିର୍ଦେଶକୁ ବଢାଇବାର ଦାବି କରିଥିଲେ। ଅନ୍ତରୀଣ ନିର୍ଦେଶରେ କୋର୍ଟ କଥିତ ଶିବଲିଙ୍ଗ ପରିସରର ସଂରକ୍ଷଣ କଥା କହିଥିଲେ। କୋର୍ଟ କହିଛନ୍ତି, ଶିବଲିଙ୍ଗକୁ କେହି ଛୁଇଁବେ ନାହିଁ।

କୋର୍ଟ ଏହା ପୂର୍ବରୁ ୧୨ ନଭେମ୍ବର ପର୍ଯ୍ୟନ୍ତ ବାଜୁଖାନାର ସଂରକ୍ଷଣ କରିବାର ନିର୍ଦେଶ ଦେଇଥିଲେ। ଆହ୍ଲାବାଦ ହାଇକୋର୍ଟ ଜ୍ଞାନବ୍ୟାପୀ ପରିସରରେ ଏଏସଆଇ ସର୍ଭେ କରିବାର ଦାବି ଉପରେ ଏବେ ୨୮ ନଭେମ୍ବରରେ ଶୁଣାଣି କରିବେ। ସେଭଳି ଶୃଙ୍ଗାର ଗୌରୀ ଓ ଜ୍ଞାନବ୍ୟାପୀ ମସଜି୍‌ ମାମଲାରେ ଜିଲ୍ଲା କୋର୍ଟ ଅଜୟ କୃଷ୍ଣ ଭିଶ୍ବେଶ୍‌ ଶୁଣାଣୀର ଆଗାମୀ ତାରିଖ ୫ ଡିସେମ୍ବରରେ ଧାର୍ଯ୍ୟ କରାଯାଇଛି।

Related Posts