ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଖୋଲିବେ ଲାଲୁ ପାଠଶାଳା । ମଙ୍ଗଳବାର ନାଲନ୍ଦାର ସୋନୁଙ୍କ ସହ ବାର୍ତ୍ତାଳାପ ପରେ ସେ ବୁଧବାର ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ନିକଟରେ ନାଲନ୍ଦା ନିବାସୀ ସୋନୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି ଉନ୍ନତ ଶିକ୍ଷା ଦାବି କରିଥିଲେ। ବୁଧବାର ଦିନ ତେଜ ପ୍ରତାପ ଯାଦବ ଟୁଇଟ୍ କରି ଲେଖିଛନ୍ତି- ସୋନୁ ଯିଏ ସମଗ୍ର ବିହାରର ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାର ଖୁଲାସା କରିଛନ୍ତି, ସୋନୁ କେତେ ଶିକ୍ଷାରୁ ବଞ୍ଚିତ ଅଛନ୍ତି ତାହା ଜାଣି ନାହାଁନ୍ତି ।
ତେଣୁ ବିହାରର କୌଣସି ଗରିବ ଲୋକ ଏହି ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ହେତୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ। ମୁଁ ପାଠ ଶାଳା ଆରମ୍ଭ କରିବାକୁ ଯାଉଛି ବୋଲି ଲାଲୁ ଯାଦବଙ୍କ ବଡ଼ ପୁଅ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
