
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବୁଧବାର ଦିନ ଦିଲ୍ଲୀ ଏମ୍ସ ରେ ଭର୍ତ୍ତି ହେବା ପରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବା ଜଣାପଡିଛି। ଲାଲୁଙ୍କ ବଡ ଝିଅ ତଥା ରାଜ୍ୟସଭା ସାଂସଦ ମିସା ଭାରତୀ ଶୁକ୍ରବାର ସକାଳେ ତାଙ୍କ ପିତାଙ୍କ ଛବି ଟ୍ୱିଟରରେ ସେୟାର କରି ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବା କହିଛନ୍ତି।
ବୁଧବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବା ପରେ ପାଟନାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଲାଲୁଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍ସ କୁ ପଠାଯାଇଥିଲା।
ଲାଲୁ ଙ୍କ ଝିଅ ଟୁଇଟର ରେ ଲେଖିଛନ୍ତି ” ଆପଣ ମାନଙ୍କର ପ୍ରାର୍ଥନା ଏବଂ ଦିଲ୍ଲୀର ଏମ୍ସ ରେ ଭଲ ଚିକିତ୍ସା ସେବା ହେତୁ ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ଆସୁଛି। ବର୍ତ୍ତମାନ ଲାଲୁ ପ୍ରସାଦ ଖଟରୁ ଉଠି ବସିବାକୁ ସମର୍ଥ ହୋଇଛନ୍ତି। ଦୟାକରି ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ” ମିସା ଭାରତୀ ତାଙ୍କ ପିତା ଲାଲୁ ଙ୍କର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି।