ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁରରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ: ଜଣେ ଏଏସଆଇ ଶହୀଦ

ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଉନ୍ମତକାଣ୍ଡ | ବିଛାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସହିଦ ହୋଇଗଲେ ଜଣେ ଏଏସଆଇ | ଏଥିସହ ଜଣେ ହେଡ କନେଷ୍ଟବଳ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି | ଆଇଡି ବିସ୍ଫୋରଣରେ ITBPର ASI ରାଜେନ୍ଦ୍ର ସିଂହଙ୍କ ଶହୀଦ ହୋଇଥିବା ବେଳେ ହେଡ କନଷ୍ଟେବଳ ମହେଶ ଆହତ ହୋଇଛନ୍ତି ।

ଖବର ଅନୁଯାୟୀ, ନାରାୟଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ ଧଣ୍ଡରିବାଡା ଅଞ୍ଚଳରେ ରାସ୍ତା କାମ ଚାଲୁଥିବା ବେଳେ ଆଇଟିବିପିର ୫୩ ବାଟାଲିୟନର ଯବାନ ମାନେ ଅପରେସନ କରୁଥିଲେ। ଠିକ୍‌ ଏହି ସମୟରେ ମାଓବାଦୀଙ୍କ ଦ୍ୱାରା ପୁର୍ବରୁ ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଯେଉଁ ଥିରେ ରାଜେନ୍ଦ୍ର ସିଂ ନାମକ ଜଣେ ଏଏସଆଇ ଶହୀଦ ହୋଇଥିବା ବେଳେ ମହେଶ ନାମକ ଜଣେ ହେଡ କନେଷ୍ଟବଳ ଗୁରୁତ୍ୱର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ରାୟପୁରକୁ ଏୟାର ଲିଫ୍ଟ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ନାରାୟଣପୁର ଏସପି ସଦାନନ୍ଦ କୁମାର ।

Related Posts