ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରୁ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଏ-ତୋଇବା(ଏଲ୍‌ଇଟି)ର ୭ସଦସ୍ୟ ଗିରଫ ହୋଇଛନ୍ତି। ଏହି ଆତଙ୍କବାଦୀମାନେ ପାକିସ୍ତାନ ସୀମା ପଟରୁ ଆସୁଥିବା ନିର୍ଦ୍ଦେଶକୁ ଭାରତରେ ପାଳନ କରୁଥିଲେ। ଲଶ୍କର-ଏ-ତୋଇବା ନିର୍ଦ୍ଦେଶରେ ଏହି ଆତଙ୍କବାଦୀ ମାନେ ବିଭିନ୍ନ ଆକ୍ରମଣରେ ସଂପୃକ୍ତ ମଧ୍ୟ ପୋଲିସ ଜାଣିବାକୁ ପାଇଛି। ପାକିସ୍ତାନରେ ଥିବା ଲଶ୍ମର ଆତଙ୍କବାଦୀ ବଶିର୍‌ଙ୍କ ଅଧୀନରେ ପରିଚାଳିତ ଫୈଜଲ ମୁନିରଙ୍କ ସହ ସେମାନେ ଯୋଗାଯୋଗରେ ଥିଲେ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ସେନା ଓ ସ୍ଥାନୀୟ ପୋଲିସର ମିଳିତ ଉଦ୍ୟମରେ ୭ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।