ରାଜ୍ୟରେ ଗତ ୩ ବର୍ଷ ମଧ୍ୟରେ ୨୧୧ ଜଣ ଦୁର୍ନୀତିଖୋର୍ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ବିଧାନସଭାରେ ରାଜ୍ୟରେ ଥିବା ଦୁର୍ନୀତିଖୋର୍ ଅଫିସର ଙ୍କ ବାବଦରେ ବିଜେଡି ବିଧାୟକ ସୁଧୀର ସାମଲ ପ୍ରଶ୍ନ କରିଥିଲେ। ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗ ଥିବା କେତେଜଣ ଅଫିସର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ପ୍ରଶ୍ନ କରିଥିଲେ ସୁଧୀର। ଏହି ପ୍ରଶ୍ନର ଉତ୍ତର ଗୃହରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନବୀନ ଏନେଇ ଲିଖିତ ଉତ୍ତରର ଗୃହରେ ରଖି କହିଛନ୍ତି ଯେ ଦୁର୍ନୀତି ନିବାରଣ ଆଇନ ଅନୁସାରେ ୨୫୫ କର୍ମଚାରୀମାନଙ୍କ ବିରୁଦ୍ଧରେ ଭିଜିଲାନ୍ସ ପକ୍ଷରୁ ମକଦ୍ଦମା ରୁଜୁ ହୋଇଛି। ସେମାନଙ୍କ ବିଭାଗକୁ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲା ଭିଜିଲାନ୍ସ।ଏହା ସତ୍ତ୍ୱେ ବି ବିଭାଗଗୁଡ଼ିକ ନିଜର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି।

୨୦୧୯ରୁ ୨୦୨୨ ମସିହା ମଧ୍ୟରେ ଭିଜିଲାନ୍ସ ବିଭାଗ ଦ୍ୱାରା ୪୬୬ଜଣ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନଙ୍କ ବିଭାଗ ଓ ଅଫିସକୁ ସୁପାରିଶ କରିଛି। ସେଥିରୁ ମାତ୍ର ୨୧୧ଜଣ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାକି ୨୫୫ଜଣଙ୍କ ବାବଦରେ ସେମାନଙ୍କ ବିଭାଗ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେ ବାବଦରେ ସୂଚନା ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related Posts