ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ବର୍ଷ ରାଜ୍ୟକୁ ବିଳମ୍ବରେ ଆସିବ ଶୀତ । ଅକ୍ଟୋବର ମାସରେ ରାଜ୍ୟରେ ସ୍ୱାବାଭିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ଏଥର ଶୀତ ବିଳମ୍ବରେ ଆସିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଅକ୍ଟୋବର ମାସରେ ଉପକୂଳ ଜିଲ୍ଲାରେ ବର୍ଷା ପରିଣାମ ଅଧିକ ରହିବ । ଉପକୂଳବର୍ତ୍ତୀ ଜିଲ୍ଲା ସଂଲଗ୍ନ ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଉଭୟ ଅକ୍ଟୋବର ଓ ନଭେମ୍ବରରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। ଫଳରେ ରାଜ୍ୟକୁ ଶୀତ ବିଳମ୍ବରେ ଆସିବ ।
ତେବେ ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ଅନ୍ୟପକ୍ଷରେ ଆସନ୍ତା ୧୮ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉଏକ ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଠାରୁ ୧୭ ତାରିଖ ଯାଏଁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ଏବଂ ୧୮ରୁ ବର୍ଷା ପରିଣାମ ବଢ଼ିବ । ତେବେ ମୌସୁମୀ ବର୍ତ୍ତମାନ ରାଜ୍ୟରେ ଦୁର୍ବଳ ରହିଥିବାରୁ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ ।
